ଘଡାଇଙ୍କ ଉପରୁ ଉଠିଲା ନିଲମ୍ବନ ଆଦେଶ
Mar 18, 2019, 16:50 IST


ଭୁବନେଶ୍ୱର: ବରିଷ୍ଠ ନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇଙ୍କ ଉପରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ବହିଷ୍କାର ଆଦେଶ ପ୍ରତ୍ୟାହାର କରିଦେଇଛନ୍ତି । ତାଙ୍କୁ ବିଜେଡିକୁ ପୁଣି ସ୍ୱାଗତ କରାଯାଇଛି ।
୨୦୧୪ ସେପ୍ଟେମ୍ବରରେ ତାଙ୍କୁ ଦଳ ବିରୋଧି କାର୍ଯ୍ୟ ଅଭିଯୋଗରେ ବହିଷ୍କାର କରାଯାଇଥିଲା । ଦଳରୁ ବହିଷ୍କୃତ ହେବା ପରେ ସେ କେବେହେଲେ ଦଳ କିମ୍ବା ଦଳର ସୁପ୍ରିମଙ୍କ ବିରୁଦ୍ଧରେ କୌଣସି ମତ ରଖିନଥିଲେ ।