ଗୁଇନ୍ଦା ଚିଠି ପ୍ରସଙ୍ଗ: ବିଜେଡି କହିଲା ହୀନ ରାଜନୈତିକ ଚକ୍ରାନ୍ତ କରୁଛି ବିଜେପି, ସିବିଆଇ ତଦନ୍ତ ଦାବି କଲା ବିଜେପି

ଗୁଇନ୍ଦା ଚିଠି ପ୍ରସଙ୍ଗ: ବିଜେଡି କହିଲା ହୀନ ରାଜନୈତିକ ଚକ୍ରାନ୍ତ କରୁଛି ବିଜେପି, ସିବିଆଇ ତଦନ୍ତ ଦାବି କଲା ବିଜେପି
ଗୁଇନ୍ଦା ଚିଠି ପ୍ରସଙ୍ଗ: ବିଜେଡି କହିଲା ହୀନ ରାଜନୈତିକ ଚକ୍ରାନ୍ତ କରୁଛି ବିଜେପି, ସିବିଆଇ ତଦନ୍ତ ଦାବି କଲା ବିଜେପି

ଭୁବନେଶ୍ୱର: ଗତକାଲି ଓଡ଼ିଶା ପୋଲିସ୍‌ର ଗୁଇନ୍ଦା ଚିଠି ପ୍ରସଙ୍ଗରେ ବିଜେପିର ପ୍ରେସମିଟକୁ ନେଇ ସ୍ପଷ୍ଟୀକରଣ ରଖିଛି ବିଜେଡି । ବିଜେପି ମିଥ୍ୟା ଡକ୍ୟୁମେଣ୍ଟ ଦେଖାଇଥିବା କହି ଏହା ହୀନ ରାଜନୈତିକ ଚକ୍ରାନ୍ତ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ।

ସେ ସମାନ ଢାଞ୍ଚାରେ ପ୍ରସ୍ତୁତ କର୍ଣ୍ଣାଟକ ବିଜେପି ଦେଖାଇଥିବା ଅନ୍ୟ ଏକ ଚିଠି ଦେଖାଇ, ଗତକାଲି ଓଡ଼ିଶା ବିଜେପି ଯୁବମୋର୍ଚ୍ଚା ଦେଖାଇଥିବା ଚିଠି ଜାଲ୍‌ ବୋଲି କହିଛନ୍ତି । ନବୀନ ପଶ୍ଚିମ ଓଡ଼ିଶାରୁ ପ୍ରାର୍ଥୀ ହେବାକୁ ଘୋଷଣା କରିବା ପରେ, ବିଜେପି ଜନମତକୁ ବିଭ୍ରାନ୍ତ କରିବାକୁ ଏଭଳି ଅପଚେଷ୍ଟା କରିଥିବା ସେ ଅଭିଯୋଗ କରିଛନ୍ତି । ଏ ସଂପର୍କରେ ନିର୍ବାଚନ କମିଶନଙ୍କ ନିକଟରେ ଦଳ ଫେରାଦ ହେବ ବୋଲି ପ୍ରତାପ କହିଛନ୍ତି ।

ଅନ୍ୟପଟରେ ବିଜେଡିର ଅାରୋପ ଉପରେ ମତ ରଖିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର । ବିଜେଡି ବ୍ୟାକ୍‌ଫୁଟରେ ଥିବାରୁ ନୂଅା ନାଟକ କରୁଛି ବୋଲି ବିଜେପି କହିଛି । ଅାମେ ସୋସିଅାଲ ମିଡିଅାରେ ଚିଠି ପାଇ ଦେଖାଇଲୁ । ଚିଠିର ସତ୍ୟାସତ୍ୟ ଜାଣିବା ପାଇଁ ସିବିଅାଇକୁ ତଦନ୍ତ ଭାର ଦିଅାଯାଉ ବୋଲି ଗୋଲକ ଦାବି କରିଛନ୍ତି । 

Share this story