ଡିଜି ପୋଲିସ୍ ଅତ୍ୟଧିକ ପ୍ରତିକ୍ରିୟାଶୀଳ କାହିଁକି: କଂଗ୍ରେସ

ଡିଜି ପୋଲିସ୍ ଅତ୍ୟଧିକ ପ୍ରତିକ୍ରିୟାଶୀଳ କାହିଁକି: କଂଗ୍ରେସ
ଡିଜି ପୋଲିସ୍ ଅତ୍ୟଧିକ ପ୍ରତିକ୍ରିୟାଶୀଳ କାହିଁକି: କଂଗ୍ରେସ

ଭୁବନେଶ୍ୱର: ରାଜ୍ୟ ସ୍ପେସିଆଲ ଡିଜି ଇଟେଂଲିଜେନ୍ସଙ୍କ ଦସ୍ତଖତ ସମ୍ବଳିତ ଏକ ଚିଠି ଯାହା ଗତ ମାର୍ଚ୍ଚ ମାସ ୧୫ ତାରିଖରେ ଦସ୍ତଖତ କରାଯାଇଛି ଏବଂ ଏହି ଚିଠି ନମ୍ବର- ଏସ୍ଆଇବି ପିଡି (ସିଏମଓ) ୩୬୪/୨୦୧୯ ଯାହା ସାରା ରାଜ୍ୟରେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି ।

ଏହି ଚିଠିକୁ ନେଇ ରାଜ୍ୟ ପୋଲିସ୍ ଡିଜି ଅତ୍ୟଧିକ ପ୍ରତିକ୍ରିୟାଶୀଳ ହୋଇ ତାଙ୍କ ଟ୍ୱିଟର ଆକାଉଣ୍ଟ ମାଧ୍ୟମରେ ଏହି ଚିଠିଟି ସଂପୂର୍ଣ୍ଣ ମିଥ୍ୟା ଓ ଏ ଚିଠିର କୌଣସି ସତ୍ୟାସତ୍ୟ ନାହିଁ ବୋଲି କହିବା ସହିତ ଏହି ଚିଠିକୁ ନେଇ ନିର୍ଦ୍ଦିଷ୍ଟ ଏକ ରାଜନୈତିକ ଦଳ ଯେଉଁଭଳି ମିଥ୍ୟା ବା ଗୁଜବ ପ୍ରଚାର କରୁଛି ସେଥିପାଇଁ ଏକ ଏଫଆଇଆର ଦରଜ କରାଯିବ ବୋଲି ତାଙ୍କ ଟ୍ୱିଟରରେ ପ୍ରକାଶ କରିଛନ୍ତି । ପ୍ରଦେଶ କଂଗ୍ରେସ ମିଡ଼ିଆ ସେଲର ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ରାଜ୍ୟ ପୋଲିସ୍ ଡିଜିଙ୍କର ଅତ୍ୟଧିକ ପ୍ରତିକ୍ରିୟାଶୀଳତାକୁ ନେଇ କେତେକ ପ୍ରଶ୍ନ ପଚାରିଛନ୍ତି ।

୧. ଯଦି ଏହି ଚିଠିଟି ସତ୍ୟ କି ନୁହେଁ ତାହାର ଯାଂଚ କରାଯାଇଛିକି କି ?

୨. ଯଦି ଏହାର ଯାଂଚ କରାଯାଇଛି ତାହାହେଲେ ଏହାର ରିପୋର୍ଟକୁ ଡିଜି ପୋଲିସ୍ ସାର୍ବଜନୀନ କରିଛନ୍ତି କି ?

୩. ଏହି ଚିଠିଟି ଏତେ ମାତ୍ରାର ଗୁରୁତ୍ୱ କାହିଁକି ବହନ କରୁଛି ଏହା ଡିଜି ମହୋଦୟ କହିବେ କି ? ଯେହେତୁ ଏହି ଚିଠିରେ ବିଜୁ ଜନତା ଦଳର ସଭାପତିଙ୍କର ନିର୍ଦ୍ଦିଷ୍ଟ ଏକ ବିଧାନ ସଭା କ୍ଷେତ୍ରରେ କିଭଳି ଅସୁବିଧାର ସମ୍ମୁଖିନ ହେବାକୁ ଯାଉଛନ୍ତି ସେ ବାବଦରେ ବର୍ଣ୍ଣନା କରାଯିବା ସହ ପଶ୍ଚିମାଂଚଳରେ ଚାରୋଟି ନିର୍ଦ୍ଦିଷ୍ଟ ବିଧାନସଭା କ୍ଷେତ୍ରରେ ଯଥା ବିଜେପୁର, ରାଉରକେଲା, ବଲାଙ୍ଗୀର ଓ ଟିଟିଲାଗଡ଼ରେ ଲଢ଼ିବା ପାଇଁ ମଧ୍ୟ ସୁପାରିଶ କରାଯାଇଛି । ଯଦ୍ୱାରା ଏହି ବିଧାନସଭା କ୍ଷେତ୍ରରେ ଅତି ସୁରୁଖୁରୁରେ ବିଜୁ ଜନତା ଦଳର ସଭାପତି ଜିତିପାରିବେ ।

୪. ପ୍ରଦେଶ କଂଗ୍ରେସ ସିଧାସଳଖ ରାଜ୍ୟ ମହାନିର୍ଦ୍ଦେଶକୁ ପଚାରିବାକୁ ଚାହୁଁଛି ନିର୍ବାଚନ ଆଚରଣବିଧି ଲାଗୁ ହୋଇସାରିବା ପରେ ରାଜ୍ୟର ପୋଲିସ୍ ମହାନିର୍ଦ୍ଦେଶକ ହିସାବରେ ସେ ନିର୍ବାଚନ ଆଚରଣ ବିଧିକୁ ସମ୍ମାନ ନକରି ପଦବୀର ନିରପେକ୍ଷତାକୁ ବଜାୟ ରଖିବା ପରିବର୍ତେ କିଭଳି ଭାବରେ ଏବଂ କାହିଁକି ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସଭାପତିଙ୍କ ପାଇଁ ତାଙ୍କର ଏ ଦରଦ । ଏଥିରୁ ସ୍ପଷ୍ଟ ଅନୁମେୟ ପୋଲିସ୍ ଡିଜି ନିର୍ବାଚନ ଆଚରଣ ବିଧିକୁ ଉଲଙ୍ଘନ କରିଛନ୍ତି ଏବଂ ନିଦ୍ଦିଷ୍ଟ ଏକ ରାଜନୈତିକ ଦଳକୁ ଫାଇଦା ଦେବାପାଇଁ କାର୍ଯ୍ୟ କରୁଛନ୍ତି । ଏତାଦୃଶ କାର୍ଯ୍ୟକୁ କଂଗ୍ରେସ ଦୃଢ଼ଭାବେ ନିନ୍ଦା କରୁଛି । ପ୍ରଦେଶ କଂଗ୍ରେସ ଏହି ଅଭିଯୋଗକୁ ନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଦାବିପତ୍ର ପ୍ରଦାନ କରିବ ବୋଲି ଶ୍ରୀ ନାୟକ କହିଛନ୍ତି ।

Share this story