ବିଜେଡିରୁ ଇସ୍ତଫା ଦେଲେ କୁସୁମ ଟେଟେ

ବିଜେଡିରୁ ଇସ୍ତଫା ଦେଲେ କୁସୁମ ଟେଟେ
ବିଜେଡିରୁ ଇସ୍ତଫା ଦେଲେ କୁସୁମ ଟେଟେ

ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ଦେଲେ କୁସୁମ ଟେଟେ । ପ୍ରାର୍ଥୀ ଚୟନରେ ଅସନ୍ତୋଷ ପ୍ରକାଶ କରି ସୁନ୍ଦରଗଡ଼ର ନେତ୍ରୀ କୁସୁମ ଟେଟେ ବିଜେଡିରୁ ଇସ୍ତଫା ଦେଇଛନ୍ତି । ଏନେଇ ସେ ଦଳର ସଭାପତିଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ।

ଗଣମାଧ୍ୟମରେ ନିଜର ଇସ୍ତଫା ପ୍ରସଙ୍ଗରେ ଘୋଷଣା କରିବା ବେଳେ କୁସୁମ ନିଜ କୋହ ସମ୍ବରଣ କରିପାରିନଥିଲେ । ୫ ବର୍ଷ କାଳ ଦଳ ତାଙ୍କୁ ଚାକର ଭଳି ଖଟାଇଥିବା କହିଛନ୍ତି କୁସୁମ । ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ ଦେବା କଥା ମିଛ ବୋଲି ସେ କହିଛନ୍ତି ।

ତେବେ କଂଗ୍ରେସ ଦଳରୁ ଅାସିଥିବା ଯୋଗେଶ ସିଂହଙ୍କୁ ବିଜେଡି ଟିକଟ ମିଳିବାକୁ ସେ ବିରୋଧ କରିଛନ୍ତି । ଯେଉଁ ବ୍ୟକ୍ତି ସୁନ୍ଦରଗଡ଼ ପାଇଁ ଅବହେଳା କରିଛନ୍ତି, ତାଙ୍କ ସପକ୍ଷରେ ସେ ପ୍ରଚାର କରିପାରିବି ନାହିଁ ବୋଲି କୁସୁମ ଇସ୍ତଫା ପତ୍ରରେ ଲେଖିଛନ୍ତି ।

୨୦୧୪ ବିଧାନସଭା ନିର୍ବାଚନରେ ବିଜେଡିରୁୁ ପ୍ରାର୍ଥୀ ହୋଇଥିବା କୁସୁମ ଯୋଗେଶଙ୍କଠାରୁ ପରାସ୍ତ ହୋଇଥିଲେ । ତେବେ କିଛି ଦିନ ତଳେ ଯୋଗେଶ ବିଜେଡିକୁ ଅାସିବା ପରେ କୁସୁମ୍‌ଙ୍କୁ ସୁନ୍ଦରଗଡ଼ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଭାବେ ନିଯୁକ୍ତି ଦେଇ ଥଇଥାନ କରାଯାଇଥିଲା ।

ଏହି ପଦବୀରେ ତାଙ୍କୁ ୨ ବର୍ଷ ପାଇଁ ନିଯୁକ୍ତି ମିଳିଥିଲେ ବି ସେ ରବିବାର ଦିନ ଇସ୍ତଫା ଦେଇଥିଲେ । ତେବେ କୁସୁମ ଟେଟେଙ୍କ ଅଭିଯୋଗ ଉପରେ ବିଜେଡି କହିଛି ଏହା ତାଙ୍କ ବ୍ୟକ୍ତିଗତ ମତ ।

Share this story