ୟୁପି ଓ କେରଲରୁ ନିର୍ବାଚନ ଲଢ଼ିବେ ରାହୁଲ ଗାନ୍ଧୀ !

ୟୁପି ଓ କେରଲରୁ ନିର୍ବାଚନ ଲଢ଼ିବେ ରାହୁଲ ଗାନ୍ଧୀ !
ୟୁପି ଓ କେରଲରୁ ନିର୍ବାଚନ ଲଢ଼ିବେ ରାହୁଲ ଗାନ୍ଧୀ !

ନୂଆଦିଲ୍ଲୀ: ୟୁପିର ଅାମେଥି ସହିତ ଏଥର କେରଳରୁ ମଧ୍ୟ ନିର୍ବାଚନ ଲଢ଼ି ପାରନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି । ଏଥିପାଇଁ କେରଳ ପ୍ରଦେଶ କଂଗ୍ରେସ ତରଫରୁ ତାଙ୍କୁ ଅନୁରୋଧ କରାଯାଇଛି ।ୱାୟାନାଡ୍‌ ଅାସନରୁ ଲଢ଼ିବାକୁ ତାଙ୍କୁ ପ୍ରସ୍ତାବ ଦିଅାଯାଇଛି । ଏଥିପ୍ରତି ଦଳ ପକ୍ଷରୁ ବିଚାର କରାଯାଉଥିବା ଜଣାପଡ଼ିଛି ।

କଂଗ୍ରେସ ମୁଖ୍ୟପାତ୍ର ରଣଦୀପ ସୂର୍ଯ୍ୟୱାଲା କହିଛନ୍ତି, ଏପରି ଅନୁରୋଧ କେରଳ ପ୍ରଦେଶ କଂଗ୍ରେସ ତରଫରୁ ଅାସିଛି । କେରଳର ଏହି ଭଲ ପାଇବା ଓ ସମ୍ମାନ ପାଇଁ କଂଗ୍ରେସ କୃତଜ୍ଞ । ତେବେ ଅାମେଥି ରାହୁଲଙ୍କ କର୍ମଭୂମି ରହିବ । ତଥାପି କେରଳର ପ୍ରସ୍ତାବ ପ୍ରତି ରାହୁଲ ବିଚାର କରିବେ ବୋଲି କହିଛନ୍ତି ରଣଦୀପ ସୂର୍ଯ୍ୟୱାଲା ।

୨୦୦୯ରେ ୱାୟାନାଡ୍‌ ଲୋକସଭା ଅାସନ ଗଠିତ ହୋଇଥିଲା । ଉଭୟ ୨୦୦୯ ଓ ୨୦୧୪ରେ ଏହି ଅାସନରୁ ଜିତିଛି କଂଗ୍ରେସ । ଅାଗରୁ କର୍ଣ୍ଣାଟକ ଓ ତାମିଲନାଡୁ ପ୍ରଦେଶ କଂଗ୍ରେସ କମିଟି ମଧ୍ୟ ସେହି ସବୁ ରାଜ୍ୟରୁ ରାହୁଲ ନିର୍ବାଚନ ଲଢ଼ନ୍ତୁ ବୋଲି ପ୍ରସ୍ତାବ ଦେଇଥିଲେ । କିନ୍ତୁ ଦଳ ଏଯାଏ କିଛି ସ୍ଥିର କରି ନାହିଁ । ବାସ ଆଗକୁ କଣ ନିଷ୍ପତି କଂଗ୍ରେସ ନାଉଛି ତାହା ଦେଖିବାକୁ ବାକି ରହିଲା ।

Share this story