ଆଜି ଆସିପାରେ ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ଆଜି ଆସିପାରେ ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା
ଆଜି ଆସିପାରେ ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର: ଆଜି ଆସିପାରେ ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ପ୍ରାର୍ଥୀ ଘୋଷଣା ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରତିକ୍ରୀୟା ରଖିଛନ୍ତି । ଖୁବ୍ ଶୀଘ୍ର ବିଜେଡି ତାଲିକା ଆସିବ ବୋଲି ନବୀନ କହିଛନ୍ତି । କାରଣ ଇତିମଧ୍ୟରେ ବିଜେପି ବର୍ତମାନ ସୁଦ୍ଧା ୧୫ଟି ଲୋକସଭା ଓ ୧୨୧ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି । ସେହିଭଳି କଂଗ୍ରେସ ମଧ୍ୟ ୮ ଲୋକସଭା ଓ ଶହେ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି ।

ବିଜେଡି ପ୍ରଥମ ଦଫାରେ ୯ ଲୋକସଭା ଓ ୫୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । ରାଜ୍ୟରେ ଆହୁରି ୧୨ ଲୋକସଭା ଓ ୯୩ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇନାହିଁ । ଏପରିକି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ୯ଟି ବିଧାନସଭା ଆସନ ପାଇଁ ବି ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ ବିଜେଡି ।

ଏହି ଆସନ ଗୁଡିକ ହେଲା ଝରିଗାଁ, ବଲାଙ୍ଗିର, ବ୍ରଜରାଜନଗର, ମାଲକାନଗିରି, ବୀରମିତ୍ରପୁର, ଲୋଇସିଂହା, ଲାଞ୍ଜିଗଡ, ପଟାଙ୍ଗୀ ଓ ଫୁଲବାଣୀ । ଏହି ୯ ଆସନ ପାଇଁ ଆଜି ପ୍ରାର୍ଥୀତାଲିକା ଘୋଷଣା କରିପାରେ ବିଜେଡି । ପ୍ରଥମ ପର୍ଯ୍ୟାୟରେ ଝରିଗାଁ, ମାଲକାନଗିରି, ପଟାଙ୍ଗୀ ଓ ଲାଞ୍ଜିଗଡ ବିଧାନସଭା ରହିଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଅବିଶିଷ୍ଟ ଆସନ ରହିଛି ।

Share this story