ଶେଷରେ ପଦ୍ମ ଧରିଲେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ
![ଶେଷରେ ପଦ୍ମ ଧରିଲେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ](https://odiagossip.com/static/c1e/client/83534/migrated/9331c2aead937ca0ef83de08e8dd24be.jpg)
![ଶେଷରେ ପଦ୍ମ ଧରିଲେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ](https://odiagossip.com/static/c1e/client/83534/migrated/9331c2aead937ca0ef83de08e8dd24be.jpg)
ଭୁବନେଶ୍ୱର: ଶଙ୍ଖ (ବିଜେଡି) ଛାଡିଥିବା କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ଶେଷରେ ପଦ୍ମ ଧରିଛନ୍ତି (ବିଜେପି) । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତରେ ସେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବ ବିଜେପି ବିଧାୟକ କେ.ଭି.ସିଂହଦେଓଙ୍କ ଭୁବନେଶ୍ୱର ବାସଭବନରେ ଆୟୋଜନ ହୋଇଥିଲା ।
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାମ, ନେତୃତ୍ୱରେ ଅନୁପ୍ରାଣୀତ ହୋଇ ସେ ବିଜେପିରେ ଯୋଗଦେବା ପାଇଁ ମାନସ୍ତ କରିଥିବା କହିଛନ୍ତି । କିଛିଦିନ ତଳେ ସେ କନ୍ଧମାଳରୁ ଲୋକସଭା ପାଇଁ ବିଜେଡି ଟିକେଟ ନ ପାଇବାରୁ ସେ ଦଳ ଛାଡିଥିଲେ ।
ଏତେ ବର୍ଷ କାମ କରିକି ମଧ୍ୟ ଦଳ ତାଙ୍କ ପ୍ରତି ଅନ୍ୟାୟ କରିଛି ବୋଲି ସେ ଇସ୍ତଫାପତ୍ରରେ ଉଲ୍ଲେଖ କରିଥିଲେ । ବିଜେଡି ଛାଡିବା ପରେ ସେ କଂଗ୍ରେସରେ ଯୋଗ ଦେବା ପାଇଁ ଚର୍ଚ୍ଚା ଜୋର ଧରିଥିଲା । ଶେଷରେ ଶ୍ରୀମତି ରାଜେଶ୍ୱରୀ ବିଜେପିରେ ଯୋଗଦେଇଛନ୍ତି ।