ପଦ୍ମ ଧରିବେ ପୂର୍ବତନ ଡିଜି ପ୍ରକାଶ ମିଶ୍ର, ସେ କଟକ ଲୋକସଭା ଆସନରୁ ଲଢ଼ିବେ

ପଦ୍ମ ଧରିବେ ପୂର୍ବତନ ଡିଜି ପ୍ରକାଶ ମିଶ୍ର, ସେ କଟକ ଲୋକସଭା ଆସନରୁ ଲଢ଼ିବେ
ପଦ୍ମ ଧରିବେ ପୂର୍ବତନ ଡିଜି ପ୍ରକାଶ ମିଶ୍ର, ସେ କଟକ ଲୋକସଭା ଆସନରୁ ଲଢ଼ିବେ

ଭୁବନେଶ୍ୱର: ଜଣେ ସଚୋଟ, ନିର୍ମଳ ଭାବମୂର୍ତ୍ତି, ଦକ୍ଷ ପୋଲିସ ଅଫିସର ଭାବେ ପରିଚିତ ପୂର୍ବତନ ଡିଜି ତଥା ଅବସରପ୍ରାପ୍ତ ଆଇପିଏସ ପ୍ରକାଶ ମିଶ୍ର ବିଜେପି ଟିକେଟରେ କଟକ ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଲଢ଼ିବେ ବୋଲି ରାଜନୈତିକ ମହଲରୁ ଜଣାପଡିଛି । ସେ ଆଜି କିମ୍ବା ଆସନ୍ତାକାଲି ଭିତରେ ପଦ୍ମ ଧରିବେ । ବିଜେପିରେ ସେ ଅନୁଷ୍ଠାନିକ ଭାବେ ଯୋଗ ଦେବେ ଓ ଏଥିପାଇଁ ବିଜେପି ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି ।

ଜଣାପଡିଛି ଯେ, କଟକ ଲୋକସଭା ଆସନରୁ ଆଶାୟୀ ଥିବା ଦଳର ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟଙ୍କୁ ରାଜ୍ୟ ଉପସଭାପତି ଭାବେ ଆଜି ପ୍ରତ୍ୟୁଷା ରାଜେଶ୍ୱରୀ ଓ ସୁବାସ ଚୌହାନଙ୍କ ସହ ଅବସ୍ଥାପିତ କରାଯାଇଛି । ପୀତାମ୍ବରଙ୍କୁ ଦଳର ଉପସଭାପତି ଭାବେ ନିଯୁକ୍ତି ଦିଆଯାଇ ଶ୍ରୀ ମିଶ୍ରଙ୍କୁ ଦଳୀୟ ଟିକେଟ ପକ୍କା କରାଯାଇଥିବା ଜଣାପଡ଼ିଛି ।

ଏ ସମ୍ପର୍କରେ ଶ୍ରୀ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ତାଙ୍କୁ କଟକରୁ ଲଢ଼ିବା ପାଇଁ ଦଳ ପକ୍ଷରୁ କୁହାଯାଇଛି । ତେବେ ସେ ଦଳରେ କେଉଁଦିନ ଆନୁଷ୍ଠାନିକ ଭାବେ ସାମିଲ ହେବେ ତାହା ଏପର୍ଯ୍ୟନ୍ତ କୁହାଯାଇନାହିଁ ।

Share this story