ବିଜେପିକୁ ଫେରିଲେ ବରିଷ୍ଠ ନେତା ବିଜୟ ମହାପାତ୍ର

ବିଜେପିକୁ ଫେରିଲେ ବରିଷ୍ଠ ନେତା ବିଜୟ ମହାପାତ୍ର
ବିଜେପିକୁ ଫେରିଲେ ବରିଷ୍ଠ ନେତା ବିଜୟ ମହାପାତ୍ର

ଭୁବନେଶ୍ୱର: ବିଜେପିକୁ ଫେରିଲେ ବରିଷ୍ଠ ନେତା ବିଜୟ ମହାପାତ୍ର । ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ ଓ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଆଜି ବିଜୟ ମହାପାତ୍ରଙ୍କୁ ଭେଟି ଆଲୋଚନା କରିଥିଲେ । ଏହାପରେ ଦଳକୁ ଫେରିବା ଲାଗି ନିଷ୍ପତ୍ତି ନେଇଛନ୍ତି ବିଜୟ ମହାପାତ୍ର ।

ଆଲୋଚନା ପରେ ବିଜୟ ଗଣମାଧ୍ୟମକୁ କହିଛନ୍ତି ଯେ, ପୁରୁଣା କଥାକୁ ଭୁଲି ନୂଆ ସଂକଳ୍ପ ସହ କାର୍ଯ୍ୟ କରିବେ । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଜୟ ପାଇଁ କାର୍ଯ୍ୟ କରିବେ । ସେହିପରି ଅରୁଣ ସିଂ କହିଛନ୍ତି, ବିଜୟ କେଉଁଠୁ ଲଢ଼ିବେ ତାହା କେନ୍ଦ୍ରୀୟ କମିଟି ନିଷ୍ପତ୍ତି ନେବ । ପରେ ବିଜୟ ଅନ୍ୟ ନେତାମାନଙ୍କ ସହ ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଆସିଥିଲେ । ବିଜୟ ମହାପାତ୍ର ଗତ ବର୍ଷ ନଭେମ୍ବର ୩୦ ତାରିଖରେ ବିଜେପିରୁ ଇସ୍ତଫା ଦେଇଥିଲେ ।

Share this story