ଉତ୍ତର ପ୍ରଦେଶର ମିରଟରୁ ପ୍ରଚାର ଅଭିଯାନ ଆରମ୍ଭ କଲେ ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦି
Mar 28, 2019, 19:12 IST
ଉତ୍ତର ପ୍ରଦେଶର ମିରଟରୁ ମିଶନ ୨୦୧୯’ ପାଇଁ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ମିରଟରେ ଏକ ସାଧାରଣ ସଭାକୁ ମୋଦି ଉଦବୋଧନ ଦେଇଛନ୍ତି । ନିର୍ବାଚନ ତାରିଖ ଘୋଷଣାର ୧୮ ଦିନ ପରେ ମୋଦି ଆଜି ପ୍ରଥମ ନିର୍ବାଚନୀ ରାଲି କରିଛନ୍ତି ।
ଏହି ଅବସରରେ ବିରୋଧୀଙ୍କୁ କଡ଼ା ଭତ୍ର୍ସନା କରିଛନ୍ତି ମୋଦି । ସର୍ଜିକାଲ ଷ୍ଟ୍ରାଇକ୍, ଆତଙ୍କବାଦୀ ପ୍ରସଙ୍ଗ ସେ ଉଠାଇଛନ୍ତି । ତା ସହିତ ଏନ୍ଡିଏର ଜନ ଧନ ଆକାଉଣ୍ଟକୁ ପ୍ରଶଂସା କରିବା ସହିତ କଂଗ୍ରେସର ପ୍ରସ୍ତାବିତ NYAY ଯୋଜନକୁ ସେ କଡ଼ା ସମାଲୋଚନା କରିଛନ୍ତି ।