ବିହାରରେ ମହାମେଣ୍ଟ ନିଜ ପ୍ରାର୍ଥୀ ତାଲିକା ଘୋଷଣା କଲା, ପଢ଼ନ୍ତୁ କାହାକୁ ମିଳିଛି ଟିକେଟ

ବିହାରରେ ମହାମେଣ୍ଟ ନିଜ ପ୍ରାର୍ଥୀ ତାଲିକା ଘୋଷଣା କଲା, ପଢ଼ନ୍ତୁ କାହାକୁ ମିଳିଛି ଟିକେଟ
ବିହାରରେ ମହାମେଣ୍ଟ ନିଜ ପ୍ରାର୍ଥୀ ତାଲିକା ଘୋଷଣା କଲା, ପଢ଼ନ୍ତୁ କାହାକୁ ମିଳିଛି ଟିକେଟ

ବିହାରରେ ମହାମେଣ୍ଟ ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଆରଜେଡି, କଂଗ୍ରେସ, ଆରଏଲଏସପି, ହାମ୍‌, ଭିଆଇପି ଏବଂ ସିପିଆଇ- ଏମଏଲକୁ ନେଇ ଗଠନ ହୋଇଥିବା ମହାମେଣ୍ଟ ମଧ୍ୟରେ ସିଟ୍‌ ବୁଝାମଣା ହୋଇଛି । ଏହା ପରେ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ବିହାରର ସମସ୍ତ ୪୦ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି ।

ମହାମେଣ୍ଟର ନେତୃତ୍ୱ ନେଇଥିବା ଲାଲୁ ପ୍ରସାଦଙ୍କ ଆରଜେଡିକୁ ୧୯ଟି ଆସନରେ ନର୍ବାଚନ ଲଢ଼ିବ । କଂଗ୍ରେସ ୯ଟି ଆସନରେ ନିଜ ପ୍ରାର୍ଥୀଙ୍କୁ ମଇଦାନକୁ ଓଲ୍ହାଇବ । ସେହିଭଳି ଜୀତନ ରାମ ମାଞ୍ଝିଙ୍କ ହାମ୍‌ ୩, ଭିଆଇପି ୩ ଏବଂ ସିପିଆଇଏମଏଲ ଗୋଟିଏ ଆସନରେ ନିର୍ବାଚନ ଲଢ଼ିବ ।

ଜେଡିୟୁର ବିଦ୍ରୋହୀ ନେତା ଶରଦ ଯାଦବଙ୍କୁ ମଧେପୁରାର ଲୋକସଭା ଆସନ ଲାଗି ଟିକଟ ଦେଇଛି ଆରଜେଡି । ସେହିଭଳି ଗୁରୁତ୍ୱପୂର୍ଣ୍ଣ ପାଟ୍ଟଳୀପୂତ୍ର ଆସନରୁ ନିର୍ବାଚନ ଲଢ଼ିବେ ଲାଲୁ ପ୍ରସାଦଙ୍କ ଝିଅ ମୀସା ଭାରତୀ ।

ଆରାରିଆରୁ ସରଫରାଜ ଆଲମ, ସୀତାମାଢ଼ୀରୁ ଅର୍ଜୁନ ରୟ ନିର୍ବାଚନ ମଇଦାନକୁ ଆସିଛନ୍ତି । କଂଗ୍ରେସର ମହମ୍ମଦ ଜାଭେଦଙ୍କୁ କିସାନଗଞ୍ଜ ଆସନ ଲାଗି ଟିକଟ ଦିଆଯାଇଛି । ସେହିଭଳି ବରିଷ୍ଠ କଂଗ୍ରେସ ନେତା ତାରିକ ଅନୱରଙ୍କୁ କଟିଆରରୁ ପ୍ରାର୍ଥୀ କରାଯାଇଛି । ହାମ୍‌ ପାର୍ଟି ମୁଖ୍ୟ ଜୀତନ ରାମ ମାଞ୍ଝି ଗୟା ଆସନରୁ ନିର୍ବାଚନ ଲଢ଼ିବେ ।

Share this story