World Odia Language Conferene

ମିଛ ପ୍ରତିଶ୍ରୁତି ଦେଇ ଫର୍ମ ବୁଲୋଉଛନ୍ତି ବିଜେପି, କଂଗ୍ରେସ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହେଲା ବିଜେଡ଼ି

ମିଛ ପ୍ରତିଶ୍ରୁତି ଦେଇ ଫର୍ମ ବୁଲୋଉଛନ୍ତି ବିଜେପି, କଂଗ୍ରେସ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହେଲା ବିଜେଡ଼ି
ମିଛ ପ୍ରତିଶ୍ରୁତି ଦେଇ ଫର୍ମ ବୁଲୋଉଛନ୍ତି ବିଜେପି, କଂଗ୍ରେସ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହେଲା ବିଜେଡ଼ି

ଭୁବନେଶ୍ୱର: ବିଜେପି ଓ କଂଗ୍ରେସ ଏବେ ପ୍ରତିଶ୍ରୁତିଭରା ଫର୍ମ ବୁଲାଇ ଲୋକଙ୍କୁ ପ୍ରଲୋଭିତ କରୁଛନ୍ତି । ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜୁ ଜନତା ଦଳ ପକ୍ଷରୁ ପ୍ରମାଣ ସହ ଏହି ଗୁରୁତର ଅଭିଯୋଗ ଅଣାଯାଇଛି । ଦଳର ନିର୍ବାଚନୀ ଇସ୍ତାହାର ଏବଂ ନିର୍ବାଚନ କମିଶନଙ୍କ ଗାଇଡଲାଇନ୍ ବାହାରେ ଏହା କରାଯାଉଥିବାରୁ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ହେଉଛି । ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡ଼ି ପ୍ରତିନିଧି ଦଳ ଦାବି କରିଛନ୍ତି ।

ବିଜେଡ଼ି ଦର୍ଶାଇଛି ଯେ ‘ପ୍ରତିଶ୍ରୁତି ପତ୍ର’ ନାଁରେ ବିଜେପି ଏକ ଫର୍ମ ପ୍ରସ୍ତୁତ କରି ଲୋକଙ୍କୁ ବାଣ୍ଟୁଛି । ସେଥିରେ ଗରିବ ଲୋକଙ୍କୁ ପକ୍କା ଘର ଏବଂ ଜମି ପଟ୍ଟା ଦେବାର ପ୍ରତିଶ୍ରୁତି ଦିଆଯାଇଛି । ଲୋକମାନେ ଆଶା ରଖି ନିଜର ସମସ୍ତ ବିବରଣୀ ଦେଇ ଏହି ଫର୍ମ ପୂରଣ କରୁଛନ୍ତି । ଖାଲି ସେତିକି ନୁହେଁ, ଲୋକଙ୍କ ମନରେ ମିଛ ବିଶ୍ୱାସ ଜନ୍ମାଇବା ପାଇଁ ଏକ ରିସିପ୍ଟ ଦିଆଯାଉଛି ଯାହା ସାଥୀରେ ନମ୍ବର ଲାଗିଥିବା ଆକ୍ନଲେଜମେଣ୍ଟ ଏବଂ ବିଜେପି ନେତାମାନଙ୍କ ଫଟୋ ରହୁଛି । ତେବେ ବିଜେପି ତାର ଇସ୍ତାହାରରେ ଏଭଳି କୌଣସି ପ୍ରତିଶ୍ରୁତି ଦେଇନାହିଁ । ପ୍ରତିଶ୍ରୁତି ଦେଲେ ବି ଭୋଟବେଳେ ବା ଭୋଟ ପୂର୍ବରୁ ଲୋକଙ୍କଠାରୁ ଫର୍ମ ପୂରଣ କରି ଆଣିବା ନିର୍ବାଚନ ଆଚରଣ ବିଧିର ସ୍ପଷ୍ଟ ଉଲ୍ଲଂଘନ କରୁଛି ।

ସମାନ ଢ଼ଙ୍ଗରେ କଂଗ୍ରେସ ‘ଗ୍ୟାରେଣ୍ଟି କାର୍ଡ’ ନାଁରେ ଏକ ଫର୍ମ ବୁଲୋଉଛି । ସେଥିରେ ବାଳିକାଙ୍କୁ ମାଗଣା ଶିକ୍ଷା ଏବଂ ବିବାହ ବେଳେ ଆର୍ଥିକ ସହାୟତାର ପ୍ରତିଶ୍ରୁତି ଦିଆଯାଇ ଫର୍ମ ପୂରଣ କରାଯାଉଛି । ଖାଲି ସେତିକି ନୁହେଁ, ୬୦ ବର୍ଷ ଶାସନକାଳରେ ସବୁ ଲୋକଙ୍କୁ ପାଣି ଟୋପାଏ ଦେବାକୁ ସମର୍ଥ ହୋଇ ନ ଥିବା କଂଗ୍ରେସ ସବୁ ପରିବାରକୁ ପାଣି ଏବଂ ଘର ଦେବାର ପ୍ରତିଶ୍ରୁତି ବି ଦେଉଛି ।

ମୁଖ୍ୟ ନିର୍ବାଚନ ଅଧିକାରୀ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ନିର୍ବାଚନ ଆଚରଣ ବିଧି ବ୍ୟବସ୍ଥା ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡ଼ି ଦାବି କରିଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିବା ପ୍ରତିନିଧି ଦଳରେ ବିଜେଡ଼ି ମୁଖପାତ୍ର ସୁଲତା ଦେଓ, ସୁଲୋଚନା ଦାସ, ଲେଲିନ୍ ମହାନ୍ତି ଏବଂ ଡ. ସସ୍ମିତ୍ ପାତ୍ର ସାମିଲ ଥିଲେ ।

Share this story