ଓଡ଼ିଶାରେ ବିଜେପିକୁ ଜିତାଅ ବିକାଶ ନିଶ୍ଚିନ୍ତ: ମୋଦି

ଓଡ଼ିଶାରେ ବିଜେପିକୁ ଜିତାଅ ବିକାଶ ନିଶ୍ଚିନ୍ତ: ମୋଦି
ଓଡ଼ିଶାରେ ବିଜେପିକୁ ଜିତାଅ ବିକାଶ ନିଶ୍ଚିନ୍ତ: ମୋଦି

ଭୁବନେଶ୍ୱର: ଜୟପୁର ନିର୍ବାଚନୀ ସଭାରେ ନାଁ ନନେଇ ନବୀନ ସରକାରଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଏଥର ବେଶ ଶାଣିତ ଥିଲା ମୋଦିଙ୍କ ସ୍ୱର । ଚିଟ୍‌ଫଣ୍ଡ ଦୁର୍ନୀତି, ନାରୀ ନିର୍ଯାତନା, ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟ ସରକାର କାର୍ଯ୍ୟକାରୀ ନକରିବା, କାଳିଆ ଯୋଜନା, ଖଣି ଦୁର୍ନୀତି ଭଳି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ମୋଦି କଡ଼ା ଭାଷାରେ ସମାଲୋଚନା କରିଛନ୍ତି ।

ସେହିପରି ପିଏମ୍‌ କିଷାନ ଯୋଜନାର କାର୍ଯ୍ୟକାରିତାକୁ ନେଇ ବି ସେ ରାଜ୍ୟ ସରକାରଙ୍କୁ ଟାଗେର୍ଟ କରିଥିଲେ । ରାଜ୍ୟ ସରକାରଙ୍କ ନିଜର ଯୋଜନାର ସଫଳତା ପାଇଁ ଏଭଳିି ଯୋଜନାରୁ ଗରିବ ଚାଷୀଙ୍କୁ ବଞ୍ଚିତ କରିଥିବା ସେ ଅଭିଯୋଗ କରିିଛନ୍ତି । ତେବେ ଡବଲ ଇଂଜିନ୍‌ ଅର୍ଥାତ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ହେଲେ ଓଡ଼ିଶାର ଦ୍ରୁତ ବିକାଶ ହେବ ବୋଲି କହିବା ସହ ବିଜେପିକୁ ବହୁମତରେ ଜିତାଇବା ଲାଗି ମୋଦି ନିବେଦନ କରିଛନ୍ତି ।

ଅନ୍ୟପକ୍ଷରେ ପୁଲୱାମା ଆକ୍ରମଣ ଓ ବାଲାକୋର୍ଟ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗ ଉଠାଇ ସେ କଂଗ୍ରେସକୁ ଟାଗେର୍ଟ କରିଥିଲେ । ମୋଦି ଏହି ଅବସରରେ ଆଦିବାସୀଙ୍କ ସମସ୍ୟା ପ୍ରସଙ୍ଗ ଉଠାଇବା ସହ ପଦ୍ମ ପୁରସ୍କାର ପାଇଥିବା ସମାଜସେବୀ କମଳା ପୂଜାରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ତେବେ ମୋଦିଙ୍କ ଅଭିଯୋଗ ନେଇ ବିରୋଧାୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Share this story