ନିର୍ବାଚନ ବେଳେ କଳାଟଙ୍କା ଓ ଅପରାଧୀଙ୍କ ଦୌରାତ୍ମ୍ୟ ରୋକିବା ପାଇଁ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡ଼ି

ନିର୍ବାଚନ ବେଳେ କଳାଟଙ୍କା ଓ ଅପରାଧୀଙ୍କ ଦୌରାତ୍ମ୍ୟ ରୋକିବା ପାଇଁ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡ଼ି
ନିର୍ବାଚନ ବେଳେ କଳାଟଙ୍କା ଓ ଅପରାଧୀଙ୍କ ଦୌରାତ୍ମ୍ୟ ରୋକିବା ପାଇଁ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡ଼ି

ଭୁବନେଶ୍ୱର: ନିର୍ବାଚନ ପରିପ୍ରେକ୍ଷୀରେ ଝାଡ଼ଖଣ୍ଡ ଓ ଛତିଶଗଡ଼କୁ ଲାଗିଥିବା ଓଡ଼ିଶା ସୀମା ସିଲ୍ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଦାବି କରିଛି ବିଜୁ ଜନତା ଦଳ । ଓଡ଼ିଶାରେ ଭୋଟରମାନଙ୍କୁ ପ୍ରଭାବିତ କରିବା ଏବଂ ଆତଙ୍କରାଜ ସୃଷ୍ଟି କରିବାର ଯୋଜନାକୁ ଏହାଦ୍ୱାରା ରୋକାଯାଇପାରିବ ବୋଲି କୁହାଯାଇଛି ।

ଗତ ବିଜେପୁର ଉପନିର୍ବାଚନ ବେଳେ ପଡୋଶୀ ରାଜ୍ୟର ସୀମା ଦେଇ ବ୍ୟାପକ କଳାଟଙ୍କା ଆସିଥିବାର ନଜିର ରହିଛି । ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇଙ୍କ ଗାଡ଼ି ଉପରକୁ ଆକ୍ରମଣ ଏବଂ ଆକ୍ରମଣରେ ତାଙ୍କ ଡ୍ରାଇଭରଙ୍କ ମୃତ୍ୟୁ ପଛରେ ପଡୋଶୀ ରାଜ୍ୟର ସୁପାରୀଙ୍କ ହାତ ରହିଥିଲା । ସେହିଭଳି ଭିନ୍ନ ଭିନ୍ନ ଘଟଣାରେ ଛତିଶଗଡ଼ରୁ ବିଜେପୁରକୁ ଆସୁଥିବା ବିପୁଳ କଳାଟଙ୍କା ମଧ୍ୟ ଜବତ ହୋଇଥିଲା । ଏବେ ବିଜେପି ସରକାର ବଦଳି କଂଗ୍ରେସ ସରକାର ଥିଲେ ମଧ୍ୟ କୌଣସି ଫରକ ପଡ଼ିବାର ନାହିଁ ।

ଅନୁରୂପ ଢ଼ଙ୍ଗରେ ଓଡ଼ିଶାରେ ନିର୍ବାଚନ ପ୍ରକ୍ରିୟାରେ ବାଧା ସୃଷ୍ଟି ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି କମିଶନଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅନୁରୋଧ କରାଯାଇଛି । ସୀମା ସିଲ୍ କଲେ ଯାଇ ଅବାଧ ଓ ନିରପେକ୍ଷ ନିର୍ବାଚନ ସମ୍ଭବ ବୋଲି କୁହାଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିବା ପ୍ରତିନିଧି ଦଳରେ ବିଜେଡ଼ି ମୁଖପାତ୍ର ଲେଲିନ୍ ମହାନ୍ତି, ଡ. ସସ୍ମିତ୍ ପାତ୍ର, ସୁଲୋଚନା ଦାସ ସାମିଲ ଥିଲେ ।

Share this story