ବିଜେଡିରୁ ଇସ୍ତଫା ଦେଲେ ଭେଟେରାନ୍‌ ରଘୁନାଥ ମହାନ୍ତି

ବିଜେଡିରୁ ଇସ୍ତଫା ଦେଲେ ଭେଟେରାନ୍‌ ରଘୁନାଥ ମହାନ୍ତି
ବିଜେଡିରୁ ଇସ୍ତଫା ଦେଲେ ଭେଟେରାନ୍‌ ରଘୁନାଥ ମହାନ୍ତି

ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ଦେଲେ ଆଉ ଜଣେ ଭେଟେରାନ୍‌ ରଘୁନାଥ ମହାନ୍ତି । ବିଜେଡି ଉପସଭାପତି ତଥା ବରିଷ୍ଠ ନେତା ରଘୁନାଥ ମହାନ୍ତି ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି । ସେ ବିଜେଡିର ପ୍ରାଥମିକ ସଦସ୍ୟତା ସହ ଉପସଭାପତି ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି ।

ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେବା ପରେ ବିଜେଡି ସରକାର ବିରୋଧରେ ବର୍ଷିଛନ୍ତି ରଘୁନାଥ । ଯେଉଁ ଆଦର୍ଶରେ ଦଳ ଗଢା ହୋଇଥିଲା, ଏବେ ସେହି ଦଳ ପଥଭ୍ରଷ୍ଟ ହୋଇଛି । କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କ ଚକ୍ରାନ୍ତରେ ଦଳ ପଥଭ୍ରଷ୍ଟ ହୋଇଥିବା କହିଛନ୍ତି ରଘୁନାଥ ।

କର୍ମୀଙ୍କ ସ୍ୱାଭିମାନକୁ ଦୃଷ୍ଟିରେ ରଖି ଇସ୍ତଫା ଦେଇଥିବା କହିଛନ୍ତି । ତେବେ କେଉଁ ଦଳକୁ ଯିବେ, ସେ ସମ୍ପର୍କରେ ନିଷ୍ପତ୍ତି ନେଇନଥିବା ସୂଚନା ଦେଇଛନ୍ତି । ରଘୁନାଥ ଗତକାଲି ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ ।

Share this story