ବିଜେଡି ଛାଡ଼ିଲେ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକର ପୂର୍ବତନ ଅଧ୍ୟକ୍ଷା ବାସନ୍ତୀ ପ୍ରଧାନ

ବିଜେଡି ଛାଡ଼ିଲେ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକର ପୂର୍ବତନ ଅଧ୍ୟକ୍ଷା ବାସନ୍ତୀ ପ୍ରଧାନ
ବିଜେଡି ଛାଡ଼ିଲେ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକର ପୂର୍ବତନ ଅଧ୍ୟକ୍ଷା ବାସନ୍ତୀ ପ୍ରଧାନ

ଭୁବନେଶ୍ୱର: ବିଜେଡି ଛାଡ଼ିଲେ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକର ପୂର୍ବତନ ଅଧ୍ୟକ୍ଷା ବାସନ୍ତୀ ପ୍ରଧାନ । ଜଗତସିଂହପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀ ହେବାକୁ ସେ ଆଶା କରିଥିଲେ । ଦଳ ପକ୍ଷରୁ ପ୍ରତିଶ୍ରୁତି ମିଳିଥିଲେ ବି ଶେଷ ମୁହୂର୍ତ୍ତରେ ତାଙ୍କୁ ଟିକେଟ ଦିଆଯାଇନଥିଲା। ଶେଷରେ କ୍ଷୁବ୍ଧ ହୋଇ ଦଳରୁ ସେ ଇସ୍ତଫା ଦେଇଛନ୍ତି ।

ଏନେଇ ସାମ୍ବାଦିକ ସମ୍ମିଳନୀ କରି ଦଳ ବିରୋଧରେ ବିଷୋଦଗାର କରିଛନ୍ତି ବାସନ୍ତୀ । ବାସନ୍ତୀ ୨୦୦୭ରୁ ୨୦୧୨ ଯାଏ ବ୍ଲକ ଅଧ୍ୟକ୍ଷା ଥିଲେ । ଏହା ପୂର୍ବରୁ ଜିଲ୍ଲା ପରିଷଦ ସଦସ୍ୟା ମଧ୍ୟ ହୋଇଥିଲେ । ସମର୍ଥକଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି । ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।

Share this story