ଦୁଇଟି ଆସନରୁ ଲଢ଼ିପାରନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

ଦୁଇଟି ଆସନରୁ ଲଢ଼ିପାରନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ
ଦୁଇଟି ଆସନରୁ ଲଢ଼ିପାରନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏଥର ୨ଟି ଆସନରୁ ବିଧାନସଭା ନିର୍ବାଚନ ଲଢ଼ିପାରନ୍ତି । କେନ୍ଦୁଝର ଜିଲ୍ଲାର ଘଷିପୁରା ଓ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଆସନରୁ ନିର୍ବାଚନ ଲଢ଼ିବା ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି ।

ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରି ତାଙ୍କ ବିରୋଧରେ ନିରଞ୍ଜନ ଘଷିପୁରାରୁ ଲଢ଼ିପାରନ୍ତି ବୋଲି କେନ୍ଦୁଝର ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ରତିକାନ୍ତ ପ୍ରଧାନ କହିଛନ୍ତି । ଭଣ୍ଡାରିପୋଖରୀରେ ମନ୍ତ୍ରୀ ତଥା ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ ଓ ଜିଲ୍ଲା ବିଜେପି ସଭାପତି ବଦ୍ରିନାରାୟଣ ଧଳ ପ୍ରାର୍ଥୀ ହୋଇଛନ୍ତି ।

ଏଣୁ ଏଠାରେ ନିରଞ୍ଜନ ତ୍ରିମୁଖୀ ପ୍ରତିଦ୍ୱନ୍ଦିତାର ସାମନା କରିବେ । ସେପଟେ ସାହସ ଅଛିତ ନିରଞ୍ଜନ ତାଙ୍କ ବିରୋଧରେ ଘଷିପୁରାରୁ ଲଢ଼ନ୍ତୁ ବୋଲି ବଦ୍ରି ପାତ୍ର ଚ୍ୟାଲେଞ୍ଜ କରିଥିଲେ । ତେବେ ଏହି ଦୁଇଟି ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ । ଏଣୁ ନିରଞ୍ଜନ ପ୍ରାର୍ଥୀ ହେବା ସମ୍ଭାବନା ରହିଥିବା କୁହାଯାଇଛି ।

Share this story