ବରି ଟିକେଟ ପାଇଁ ବିଜୟ ଓ ଦେବାଶିଷଙ୍କ ମଧ୍ୟରେ ଛକାପଞ୍ଝା

ବରି ଟିକେଟ ପାଇଁ ବିଜୟ ଓ ଦେବାଶିଷଙ୍କ ମଧ୍ୟରେ ଛକାପଞ୍ଝା
ବରି ଟିକେଟ ପାଇଁ ବିଜୟ ଓ ଦେବାଶିଷଙ୍କ ମଧ୍ୟରେ ଛକାପଞ୍ଝା

ଭୁବନେଶ୍ୱର: ଯାଜପୁର ଜିଲ୍ଲା ବରି ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ଏଯାଏ ପ୍ରାର୍ଥୀ ଘୋଷଣା କରି ନାହିଁ । ତା ପୂର୍ବରୁ ଟିକଟକୁ ନେଇ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ଲାଗି ରହିଛି ଛକାପଞ୍ଝା । ଏହା ନବୀନ ନିବାସରେ ପହଞ୍ଚିଲାଣି ।

ଗତକାଲି ଟିକଟ ଆଶାୟୀ ବିଜୟ ନାୟକଙ୍କ ସମର୍ଥକମାନେ ନବୀନ ନିବାସ ଆସି ବିଜୟଙ୍କୁ ପ୍ରାର୍ଥୀ କରିବାକୁ ଦାବି କରିିଥିଲେ । ପ୍ରତିଯୋଗିତାମୂଳକ ଭାବେ ଆଜି ବରି ବିଧାୟକ ଦେବାଶିଷ ନାୟକଙ୍କ ସମର୍ଥକ ମଧ୍ୟ ଆସି ନବୀନ ନିବାସ ଆଗରେ ନାରାବାଜି କରିଛନ୍ତି ଏବଂ ଦେବାଶିଷ ନାୟକଙ୍କୁ ପୁଣି ଥରେ ଟିକଟ ଦେବାକୁ ଦାବି କରିଛନ୍ତି ।

ସେହିପରି ନିଆଳିର ଆଶାୟୀ ପ୍ରାର୍ଥୀ ତୃପ୍ତିରଂଜନ ବେହେରାଙ୍କ ସମର୍ଥକ ନବୀନ ନିବାସ ଆସି ବିଧାୟକ ପ୍ରମୋଦ ମଲ୍ଲିକଙ୍କ ବିରୋଧରେ ସ୍ଲୋଗାନ ଦେଇଛନ୍ତି ଏବଂ ପ୍ରମୋଦ ମଲ୍ଲିକଙ୍କ ବଦଳରେ ତୃପ୍ତିରଂଜନ ବେହେରାଙ୍କୁ ଟିକଟ ଦେବାକୁ ଦାବି କରିଛନ୍ତି ।

Share this story