ଓଡ଼ିଶାରେ ହେବ ତ୍ରିପୁରା ଭଳି ମ୍ୟାଜିକ୍‌: ମୋଦି

ଓଡ଼ିଶାରେ ହେବ ତ୍ରିପୁରା ଭଳି ମ୍ୟାଜିକ୍‌: ମୋଦି
ଓଡ଼ିଶାରେ ହେବ ତ୍ରିପୁରା ଭଳି ମ୍ୟାଜିକ୍‌: ମୋଦି

ନୂଆଦିଲ୍ଲୀ: ଓଡ଼ିଶାରେ ହେବ ତ୍ରିପୁରା ଭଳି ମ୍ୟାଜିକ୍‌। ଆଜି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶାର ନିର୍ବାଚନ ଫଳାଫଳ ସାରା ଦେଶକୁ ଚମକେଇ ଦେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଆଜି ‘ମେ ଭି ଚୌକିଦାର’ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍‌ସିଂ ମାଧ୍ୟମରେ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀର ଲୋକଙ୍କ ସହ କଥା ହେଲା ବେଳେ ପ୍ରଧାନମନ୍ତ୍ରୀ ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାରେ ବିଜେପିକୁ ଦୁର୍ବଳ ମନେ କରାଯାଉଥିଲା । ଏଥର କିନ୍ତୁ ଫଳାଫଳ ଚକିତ କରିଦେବା ଭଳି ହେବ । ମେଁ ଭି ଚୌକିଦାର କାର୍ଯ୍ୟକ୍ରମରେ ଓଡ଼ିଶାର ୬୨ଟି ସ୍ଥାନ ସମେତ ଦେଶର ପ୍ରାୟ ୫ଶହଟି ସ୍ଥାନରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ମୋଦି ସାଧାରଣ ଲୋକ ଓ ବିଜେପି କର୍ମୀଙ୍କ ସହ ଆଜି ମତବିନିମୟ କରିଛନ୍ତି ।

Share this story