ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନର ଅଭିଯୋଗ ଆଣିଲା ବିଜେଡ଼ି, ‘ସ୍କିଲ୍ ଇଣ୍ଡିଆ’ର ପ୍ରସାର କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନର ଅଭିଯୋଗ ଆଣିଲା ବିଜେଡ଼ି, ‘ସ୍କିଲ୍ ଇଣ୍ଡିଆ’ର ପ୍ରସାର କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନର ଅଭିଯୋଗ ଆଣିଲା ବିଜେଡ଼ି, ‘ସ୍କିଲ୍ ଇଣ୍ଡିଆ’ର ପ୍ରସାର କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ବେଳେ କେନ୍ଦ୍ର ଦକ୍ଷତା ବିକାଶ ବିଭାଗର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍କିଲ୍ ମିଶନ ଅଭିଯାନ ଜାରି ରଖିଛନ୍ତି । ତାଙ୍କ ସଭାରେ ଲାଗୁଛି ‘ସ୍କିଲ୍ ଇଣ୍ଡିଆ’ ଲୋଗୋ । ୱାର୍କସପ୍ ଜରିଆରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମକୁ ଲୋକପ୍ରିୟ କରିବାକୁ ଉଦ୍ୟମ କରାଯାଇଛି । ଆଜି ଭୁବନେଶ୍ୱରର ଇଡକଲ୍ ଅଡ଼ିଟୋରିୟମରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମର ଫଟୋଚିତ୍ର ଧରି ବିଜୁ ଜନତା ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛି । ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧ଼ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି ।

ବିଜେଡ଼ି ପକ୍ଷରୁ ଦର୍ଶାଯାଇଛି ଯେ ଆଜି ରାଜ୍ୟ ଘରୋଇ ଆଇଟିଆଇ ସଂଘ ପକ୍ଷରୁ ଇଡ଼କଲ ଅଡିଟୋରିୟମରେ ଏକ ୱାର୍କସପ୍ ଅନୁଷ୍ଠିତ ହୋଇଥିଲା । ଯାହାର ଶୀର୍ଷକ ଥିଲା ‘ରୋଲ୍ ଅଫ ସ୍କିଲ୍ ଇଣ୍ଡିଆ ଇନ୍ ମଡର୍ଣ୍ଣ ଏରା’ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିରେ ଯୋଗଦେଇଥିଲେ । ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ସତ୍ତ୍ୱେ କେନ୍ଦ୍ରମନ୍ତ୍ରୀ ତାଙ୍କ ଭାଷଣରେ ରାଜ୍ୟ ଘରୋଇ ଆଇଟିଆଇ ଅନୁଷ୍ଠାନଗୁଡ଼ିକୁ କେନ୍ଦ୍ର ସରକାରଙ୍କ ଯୋଜନା ଜରିଆରେ ପ୍ରଭାବିତ କରିବାକୁ ଉଦ୍ୟମ କରିଥିଲେ ।

କେନ୍ଦ୍ର ସରକାରଙ୍କ ସ୍କିଲ୍ ମିଶନ୍ ଅଭିଯାନରେ ବ୍ୟବହୃତ ‘ସ୍କିଲ୍ ଇଣ୍ଡିଆ’ ସରକାରୀ ଲୋଗୋ ମଧ୍ୟ ଏହି ୱାର୍କସପରେ ବ୍ୟବହାର କରାଯାଇଥିଲା । ଏହା ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲଂଘନ ହୋଇଥିବାରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦୃଷ୍ଟି ଆକର୍ଷଣ କରାଯାଇଛି ।
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିବା ପ୍ରତିନିଧି ଦଳରେ ବିଜେଡ଼ି ମୁଖପାତ୍ର ସୁଲୋଚନା ଦାସ, ଲେଲିନ୍ ମହାନ୍ତି ଏବଂ ଡ. ସସ୍ମିତ୍ ପାତ୍ର ସାମିଲ ଥିଲେ ।

Share this story