ନାମାଙ୍କନ ପତ୍ର ଦାଖଲ କଲେ ବିଜେପି ଭୁବନେଶ୍ୱର ଏକାମ୍ର ପ୍ରାର୍ଥୀ ବାବୁ ସିଂ

ନାମାଙ୍କନ ପତ୍ର ଦାଖଲ କଲେ ବିଜେପି ଭୁବନେଶ୍ୱର ଏକାମ୍ର ପ୍ରାର୍ଥୀ ବାବୁ ସିଂ
ନାମାଙ୍କନ ପତ୍ର ଦାଖଲ କଲେ ବିଜେପି ଭୁବନେଶ୍ୱର ଏକାମ୍ର ପ୍ରାର୍ଥୀ ବାବୁ ସିଂ

ଭୁବନେଶ୍ୱର: ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେପି ଭୁବନେଶ୍ୱର ଏକାମ୍ର ବିଧାୟକ ପ୍ରାର୍ଥୀ ବାବୁ ସିଂ । ହଜାର ହଜାର ସମର୍ଥକଙ୍କ ସହ ଏକ ବିଶାଳ ବାଇକ ଶୋଭାଯାତ୍ରା କରି ବାବୁ ସିଂ ଶକ୍ତି ପ୍ରଦର୍ଶନ କରିବା ସହ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଶ୍ରୀ ସିଂ ଙ୍କୁ ବିଜେଡି ଟିକେଟ ନ ମିଳିବାରୁ ସେ ବିଜେପିରେ ଯୋଗ ଦେଇଥିଲେ । ଶୋଭା ଯାତ୍ରା ବେଳେ ବାବୁ ସିଂ କହିଥିଲେ ଯେ, ଏତେ ବର୍ଷ ଧରି ବିଜେଡି ଶାସନରେ ରହିବା ସତ୍ତ୍ୱେ ଅଞ୍ଚଳରେ କୌଣସି ମୌଳିକ ଆବଶ୍ୟକତାର ସୁବିଧା କାମ ହୋଇ ନାହିଁ । ଯାହା ସେ ଏହି ଆସନରୁ ଜିତିବା ପରେ ପୂରଣ କରିବେ । ତାଙ୍କ ଲଢେଇ ଏହି ଆସନର ବିଜେଡି ପ୍ରାର୍ଥୀ ଅଶୋକ ପଣ୍ଡା ଓ କଂଗ୍ରେସ ପ୍ରାର୍ଥୀ ରଶ୍ମି ମହାପାତ୍ରଙ୍କ ସହ ହେବ ।

Share this story