ଘଷିପୁରା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ନିରଞ୍ଜନ ପଟ୍ଟନାୟକ

ଘଷିପୁରା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ନିରଞ୍ଜନ ପଟ୍ଟନାୟକ
ଘଷିପୁରା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ଘଷିପୁରା ବିଧାନସଭା ଆସନ ପାଇଁ ଆଜି ନାମାଙ୍କନ ଦାଖଲ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଘଷିପୁରା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇନଥିବା ବେଳେ ଆଗୁଆ ପ୍ରାର୍ଥୀ ପତ୍ର ଘୋଷଣା କରିଛନ୍ତି ନିରଞ୍ଜନ । ଏକ ବିଶାଳ ଶୋଭାଯାତ୍ରାରେ ଯାଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରିଟର୍ଣ୍ଣିଂ ଅଫିସରଙ୍କ ଉପସ୍ଥିତରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ନିରଞ୍ଜନ । ହଜାର ହଜାର ସମର୍ଥକଙ୍କ ଗହଣରେ ସେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ପୂର୍ବରୁ ଘଷିପୁରାରୁ ନିର୍ବାଚନ ଲଢ଼ିବା ନେଇ ତାଙ୍କୁ ଆହ୍ୱାନ ଦେଇଥିଲେ ବିଜେଡି ନେତା ବଦ୍ରୀ ପାତ୍ର । ଯାହାର ଜବାବରେ ଆହ୍ୱାନକୁ ସ୍ୱୀକାର କରିଥିଲେ ନିରଞ୍ଜନ । ବଦ୍ରୀଙ୍କ ପୂର୍ବରୁ ସେ ନିଜ ନାମାଙ୍କନ ଦାଖଲ କରିଛନ୍ତି । କେବଳ ଘଷିପୁରା ନୁହେଁ , ଭଣ୍ଡାରିପୋଖରୀରୁ ମଧ୍ୟ ସେ ନିର୍ବାଚନ ଲଢ଼ିବେ ବୋଲି ସୂଚନା ମିଳିଛି ।

Share this story