ବିଜେପି ଟିକେଟ ନେଇ ବିଜେଡିରେ ଯୋଗଦେଲେ କାକଟପୁର ବିଧାୟକ ପ୍ରାର୍ଥୀ ତୁଷାରକାନ୍ତି ବେହେରା

ବିଜେପି ଟିକେଟ ନେଇ ବିଜେଡିରେ ଯୋଗଦେଲେ କାକଟପୁର ବିଧାୟକ ପ୍ରାର୍ଥୀ ତୁଷାରକାନ୍ତି ବେହେରା
ବିଜେପି ଟିକେଟ ନେଇ ବିଜେଡିରେ ଯୋଗଦେଲେ କାକଟପୁର ବିଧାୟକ ପ୍ରାର୍ଥୀ ତୁଷାରକାନ୍ତି ବେହେରା

ଭୁବନେଶ୍ୱର: ରାଜନୀତିରେ ସବୁ କିଛି ହେଇପାରେ । କେବେ ବାପା-ପୁଅ ମଧ୍ୟରେ ଲଢେ଼ଇ ତ କେବେ ଭାଇ-ଭାଇ ମଧ୍ୟରେ । ଖାଲି ଏତିକି ନୁହେଁ ଗୋଟେ ଦଳର ଟିକେଟ ପାଇ ମଧ୍ୟ କିଛି ପ୍ରାର୍ଥୀ ଅଫର ମିଳିଲେ ଟିକେଟ ଦେଇଥିବା ଦଳ ଛାଡ଼ି ଅନ୍ୟ ଦଳକୁ ମଧ୍ୟ ଡିଆଁ ମାରନ୍ତି । ଆଜି ଏମିତି କିଛି ଦେଖିବାକୁ ମିଳିଛି । ପଦ୍ମ ଟିକେଟ ଧରି ଶଙ୍ଖ ଶିବିରରେ ଲମ୍ଫ ମାରିଛନ୍ତି କାକଟପୁର ବିଜେପି ପ୍ରାର୍ଥୀ ତୁଷାରକାନ୍ତି ବେହେରା ।

ନିର୍ବାଚନ ଆଉ ମାତ୍ର ଦିନ କେଇଟା ବାକି ରହିଥିବା ବେଳେ ‘ପଦ୍ମ’ ଶିବିରରୁ ଗୋଟିଏ ପରେ ଗୋଟିଏ ଟାଣୁଆ ନେତା ବାହାରିବାରେ ଲାଗିଛନ୍ତି । ନିକଟରେ ଆନନ୍ଦପୁରର ବିଜେପି ବିଧାୟକ ପ୍ରାର୍ଥୀ ଦଳ ଛାଡି ବିଜେଡିରେ ସାମିଲ ହେବା ପରେ ପରେ ଆଜି ବିଜେପିର ଆଉ ଜଣେ ଟାଣୁଆ ନେତା ବିଜେଡିରେ ସାମିଲ ହେବା ଘଟଣା ବିଜେପି ଶିବିରରେ କମ୍ପନ ସୃଷ୍ଟି କରିଛି । ତୁଷାର ନବୀନ ନିବାସ ଆସି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶଙ୍ଖ ଧରିଛନ୍ତି ।

ବିଜେଡିର ସ୍ଥାନୀୟ ବିଧାୟକ ପ୍ରାର୍ଥୀ ସୁର ସେଠୀଙ୍କ ସମର୍ଥକଙ୍କ ବିରୋଧରେ ସାମ୍ବାଦିକଙ୍କୁ ଆକ୍ରମଣ କରିବାର ଅଭିଯୋଗ ଆସିଥିଲା । ଜି ମିଡ଼ିଆର ସାମ୍ବାଦିକ ଚନ୍ଦନ ପାଇକରାୟଙ୍କୁ ଆକ୍ରମଣ କରିବା ପଛରେ ସୁର ସେଠୀ ଙ୍କ ହାତ ଥିବା ଅଭିଯୋଗ ହେଉଥିଲା । ପରେ କିନ୍ତୁ ଦଳ ତାଙ୍କୁ ପ୍ରାର୍ଥୀ କରିଥିଲା । ଏବେ ତୁଷାରଙ୍କ ଯୋଗଦାନ ପରେ ସୁରଙ୍କ ଟିକେଟ ବଦଳିବାର ଯଥେଷ୍ଟ ସମ୍ଭାବନା ସୃଷ୍ଟି ହୋଇଛି । ଖୁବଶୀଘ୍ର ଏ ନେଇ ସ୍ପଷ୍ଟ ସୂଚନା ମିଳିବ ।

Share this story