ମୁଖ୍ୟ ନିର୍ବାଚନ କମିଶନରଙ୍କ ଦୃଷ୍ଟିକୁ ବିଜେଡ଼ି ଆଣିଲା ୭ଟି ଅତିରିକ୍ତ ଦାବି

ମୁଖ୍ୟ ନିର୍ବାଚନ କମିଶନରଙ୍କ ଦୃଷ୍ଟିକୁ ବିଜେଡ଼ି ଆଣିଲା ୭ଟି ଅତିରିକ୍ତ ଦାବି
ମୁଖ୍ୟ ନିର୍ବାଚନ କମିଶନରଙ୍କ ଦୃଷ୍ଟିକୁ ବିଜେଡ଼ି ଆଣିଲା ୭ଟି ଅତିରିକ୍ତ ଦାବି

ଭୁବନେଶ୍ୱର: ଗତ କିଛି ଦିନ ଧରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ବିଜୁ ଜନତା ଦଳ ପକ୍ଷରୁ ଉପସ୍ଥାପିତ ହେଉଥିବା ମାମଲାଗୁଡ଼ିକ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉନାହିଁ । ବିଭିନ୍ନ ଘଟଣାରେ ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲଂଘନ ସତ୍ତ୍ୱେ ମୁଖ୍ୟ ନିର୍ବାଚନ ଅଧିକାରୀ ନୀରବଦ୍ରଷ୍ଟା ସାଜିଛନ୍ତି । ଆଜି ଦିଲ୍ଲୀରେ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ‘କାଳିଆ’ ଯୋଜନା ସମ୍ପର୍କରେ ବିଜେଡ଼ି ପ୍ରତିନିଧି ଦଳ ଭେଟିବା ଅବସରରେ ଏହି ସବୁ ମାମଲାଗୁଡ଼ିକ କମିଶନରଙ୍କ ନଜରକୁ ଆଣିଥିଲେ ।

ସେଗୁଡ଼ିକ ହେଲା :
(୧)- ଗତ ୧୮ ତାରିଖରେ ବିଜେପି ଏକ ପ୍ରେସମିଟ୍ କରି ଗୋଟିଏ ଜାଲ୍ ଗୁଇନ୍ଦା ଚିଠି ଦେଖାଇଥିଲା । ଏହା ପଛରେ ମନ୍ଦ ଉଦ୍ଦେଶ୍ୟ ଥିଲା ।
(୨) କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ ବିଜେପି ପେଟ୍ରୋଲ୍ ପମ୍ପ ଏବଂ ଗ୍ୟାସ୍ ଏଜେନ୍ସୀଗୁଡ଼ିକୁ ବ୍ୟବହାର କରୁଛି ।
(୩) ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ବିଜ୍ଞାପନ ହୋଡିଂ, ବ୍ୟାନର୍ ଆଦି ହଟାଯାଉନାହିଁ ।
(୪) ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ କରାଯାଇ ଉଜ୍ଜଳା ଯୋଜନାରେ ନୂଆ ହିତାଧିକାରୀ ସାମିଲ କରାଯାଉଛି ଏବଂ ଗ୍ୟାସ୍ କିଟ୍ରେ ବିଜେପି ନେତାଙ୍କ ଫଟୋ ଲାଗୁଛି ।
(୫) ମିଥ୍ୟା ପ୍ରତିଶ୍ରୁତି ଜରିଆରେ ବିଜେପି ଲୋକଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରୁଛି । ‘ପ୍ରତିଶ୍ରୁତି ପତ୍ର’ ଫର୍ମ ବଣ୍ଟନ ଏହାର ଏକ ଜ୍ୱଳନ୍ତ ଉଦାହରଣ ।
(୬) ଦୂରଦର୍ଶନରେ ବିଜେଡ଼ିକୁ ବ୍ଲାକ୍ ଆଉଟ୍ କରାଯାଇଛି ଏବଂ ବିଜେପି କାର୍ଯ୍ୟକ୍ରମଗୁଡ଼ିକୁ ଏକପାଖିଆ ଭାବେ ପ୍ରଚାର କରାଯାଉଛି ।
(୭) କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ କରି ‘ସ୍କିଲ୍ ଇଣ୍ଡିଆ’ର ପ୍ରଚାର ଜାରି ରଖିଛନ୍ତି ।

ମୁଖ୍ୟ ନିର୍ବାଚନ କମିଶନର ଏହା ଉପରେ ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡ଼ି ପ୍ରତିନିଧି ଦଳ ଏକ ପୃଥକ୍ ସ୍ମାରକପତ୍ର ଜରିଆରେ ଅତିରିକ୍ତ ଦାବି କରିଥିଲେ ।

Share this story