ଡାକ୍ତର ଭୂଦାନ ମୁର୍ମୁ କାର୍ଯ୍ୟରୁ ଇସ୍ତଫା ଦେବା ପ୍ରସଙ୍ଗ: ‘ଓଡ଼ିଶାରେ ସ୍ୱାସ୍ଥ୍ୟର ସୁରକ୍ଷା ଡାକ୍ତରମାନଙ୍କ ଉପସ୍ଥିତିରେ ହେଉ ଏହା ବିଜେପି ଚାହୁଁନାହିଁ’

ଡାକ୍ତର ଭୂଦାନ ମୁର୍ମୁ କାର୍ଯ୍ୟରୁ ଇସ୍ତଫା ଦେବା ପ୍ରସଙ୍ଗ: ‘ଓଡ଼ିଶାରେ ସ୍ୱାସ୍ଥ୍ୟର ସୁରକ୍ଷା ଡାକ୍ତରମାନଙ୍କ ଉପସ୍ଥିତିରେ ହେଉ ଏହା ବିଜେପି ଚାହୁଁନାହିଁ’
ଡାକ୍ତର ଭୂଦାନ ମୁର୍ମୁ କାର୍ଯ୍ୟରୁ ଇସ୍ତଫା ଦେବା ପ୍ରସଙ୍ଗ: ‘ଓଡ଼ିଶାରେ ସ୍ୱାସ୍ଥ୍ୟର ସୁରକ୍ଷା ଡାକ୍ତରମାନଙ୍କ ଉପସ୍ଥିତିରେ ହେଉ ଏହା ବିଜେପି ଚାହୁଁନାହିଁ’

ଭୁବନେଶ୍ୱର: ଓଡ଼ିଶାର ବିଜୁ ଜନତା ଦଳ ସରକାର ସାରା ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଦ୍ୱାରା ରାଜ୍ୟର ସାଢ଼େ ଚାରି କୋଟି ଲୋକଙ୍କର ସ୍ୱାସ୍ଥ୍ୟ ସୁରକ୍ଷା ଓ ସ୍ୱାସ୍ଥ୍ୟ ସୁବିଧାର ଏକ ଦୃଢ଼ ପ୍ରତିଶ୍ରୁତି ନେଇ ଆଗେଇ ଚାଲିଛନ୍ତି । ସେହିକ୍ରମରେ ବିଜୁ ଜନତା ଦଳ ସରକାର ଯେଉଁ ଡାକ୍ତରମାନେ ସରକାରୀ ଚାକିରିରୁ ଅବସର ନେବା ପାଇଁ ଚାହୁଁଛନ୍ତି, ସେମାନଙ୍କର ଇସ୍ତଫାକୁ ଗ୍ରହଣ କରୁନାହାନ୍ତି ।

ଗତ ୩ବର୍ଷ ମଧ୍ୟରେ ରାଜ୍ୟ ସରକାର ୯୮ଟି ଡାକ୍ତରଙ୍କ ଇସ୍ତଫା ଏବଂ ୫୦ଜଣ ଡାକ୍ତରଙ୍କର ସ୍ୱେଚ୍ଛାକୃତ ଅବସର ଆବେଦନକୁ ଗ୍ରହଣ କରିନାହାନ୍ତି । ଯେହେତୁ ରାଜ୍ୟରେ ଆହୁରି ଡାକ୍ତରଙ୍କ ଆବଶ୍ୟକତା ରହିଛି, ସେଥିପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।

ଅପରପକ୍ଷରେ ଡା. ଭୂଦାନ ମୁର୍ମୁ ମୟୂରଭଞ୍ଜ ଜିଲ୍ଲାରେ ସରକାରୀ ଡାକ୍ତର ଭାବରେ କାର୍ଯ୍ୟରେ ନିୟୋଜିତ ଥିଲାବେଳେ ସେ ନିଜର ଇସ୍ତଫାପତ୍ର ୩ ଏପ୍ରିଲ ୨୦୧୯ରେ ଉଚିତ୍‍ସରକାରୀ ବ୍ୟବସ୍ଥା ଅନୁଯାୟୀ ନିର୍ବାଚନ ଲଢ଼ିବା ଉଲ୍ଲେଖିତ କରି ନିଜର ଇସ୍ତଫା ପତ୍ର ଦେଇଛନ୍ତି । ସେହିଦିନ ବିଜେପିର ଜଣେ ନେତ୍ରୀ ଓ ନେତା ଏକ ରାଜନୈତିକ ପ୍ରହସନ କ୍ରମରେ ନବୀନ ନିବାସରେ ଏହି ପ୍ରସଂଗରେ ଧାରଣା ଦେଲେ । ଏ ପ୍ରକାରର ଡ୍ରାମା କରିବା ଅନୁଚିତ୍‍ ।

ଯେତେବେଳେ ଯେଉଁଦିନ ଇସ୍ତଫାପତ୍ର ଦିଆଯାଉଛି, ସେହିଦିନ ବିଜେପି ଏ ପ୍ରକାରର ଏକ ନାଟକ ସୁଚିନ୍ତିତ ଭାବରେ ରଚୁଛି । ବିଜେପି ବୋଧେ ଚାହୁଁନାହିଁ, ଓଡ଼ିଶାରେ ସ୍ୱାସ୍ଥ୍ୟର ସୁରକ୍ଷା ଡାକ୍ତରମାନଙ୍କ ଉପସ୍ଥିତିରେ ହେଉ । ତେବେ ଯେତେବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଏ ବିଷୟରେ ଅବଗତ ହେଲେ ଏବଂ ଯେହେତୁ ଡା. ମୁର୍ମୁ ରାଜନୀତିରେ ଆସି ଲୋକଙ୍କ ପାଇଁ କାର୍ଯ୍ୟକରିବାକୁ ଚାହୁଁଛନ୍ତି, ସେଥିପାଇଁ ତାଙ୍କର ଇସ୍ତଫା ପତ୍ରକୁ ଗୋଟିଏ ଦିନ ମଧ୍ୟରେ ଗ୍ରହଣ କରାଗଲା । ବିଜେପି ଏହି ପ୍ରସଂଗରେ ରାଜନୀତିକରଣ କରି ଯେଉଁ ରାଜନୈତିକ ଅଭସନ୍ଧିମୂଳକ ବକ୍ତବ୍ୟ ଆଣୁଛି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ବିଜେପିର ସଂକୀର୍ଣ୍ଣ ମନୋଭାବକୁ ପଦାରେ ପକାଉଛି । ରାଜ୍ୟ ସରକାରଙ୍କ ଉଦାରତାକୁ ବିଜେପି ଗୌଣ କରିବା ପାଇଁ ଯେଉଁ ଅପଚେଷ୍ଟା କରୁଛି, ତାହାକୁ ଓଡ଼ିଶାବାସୀ କଦାପି ଗ୍ରହଣ କରିବେ ନାହିଁ ।

Share this story