ନିର୍ବାଚନ ବଢିବା ସହିତ ମୁଖ୍ୟମନ୍ତ୍ରୀଙ୍କର ମତିଭ୍ରମର ମାତ୍ରା ବି ବଢୁଛି: ବିଶ୍ୱଭୂଷଣ ହରିଚନ୍ଦନ

ନିର୍ବାଚନ ବଢିବା ସହିତ ମୁଖ୍ୟମନ୍ତ୍ରୀଙ୍କର ମତିଭ୍ରମର ମାତ୍ରା ବି ବଢୁଛି: ବିଶ୍ୱଭୂଷଣ ହରିଚନ୍ଦନ
ନିର୍ବାଚନ ବଢିବା ସହିତ ମୁଖ୍ୟମନ୍ତ୍ରୀଙ୍କର ମତିଭ୍ରମର ମାତ୍ରା ବି ବଢୁଛି: ବିଶ୍ୱଭୂଷଣ ହରିଚନ୍ଦନ

ଭୁୁବନେଶ୍ୱର: ବିଜୁ ଜନତା ଦଳର ବିଭିନ୍ନ ବିଜ୍ଞାପନରେ ଏବେ ମିଥ୍ୟା ପ୍ରଚାର ବଢିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ଖବରକାଗଜ ଗୁଡିକରେ ପୁରା ପୃଷ୍ଠାରେ ବିଜ୍ଞାପନ ଦେଇ ଓଡିଶାର ସାଢେ ଚାରିକୋଟି ଓଡିଶାବାସୀ ତାଙ୍କ ପରିବାର ବୋଲି କହୁଛନ୍ତି । ତାଙ୍କରି ପାଇଁ ସେ ଦିନ ରାତି କାମ କରି ଚାଲିଛନ୍ତି । ସେ ଏତେ କାର୍ଯ୍ୟ କରୁଛନ୍ତି ଯେ ତାଙ୍କ ପରିବାର ଲୋକଙ୍କୁ ତାଙ୍କ ଭାଷା ଓଡିଆରେ କଥା ପଦେ କହି ପାରୁନାହାନ୍ତି । ଦୀର୍ଘ ୨୨ ବର୍ଷ ହେଲା ରହିଲେଣି ଓଡିଶାରେ ହେଲେ ଓଡିଆ ଭାଷା କାହିଁକି ଶିଖିପାରିଲେ ନାହିଁ ବୋଲି ଏକ ସାମ୍ବାଦିକ ସମ୍ମିଳନିରେ ପ୍ରଶ୍ନ କରିଛନ୍ତି ବିଜେପିର ବରିଷ୍ଠ ନେତା ବିଶ୍ୱଭୁଷଣ ହରିଚନ୍ଦନ ।

ଯିଏ ପ୍ରତାରଣା କରେ, ମିଛ କହି ଅନ୍ୟକୁ ଠକେ ଓ ଫାଇଦା ଉଠାଏ ଲୋକେ ତାଙ୍କୁ ବିରାଡି ବୈଷ୍ଣବ ବୋଲି କୁହନ୍ତି । ୧୯ ବର୍ଷ ଧରି ଓଡିଆ ଜାତିକୁ ନବିନ ବାବୁ ଠକି ଚାଲିଛନ୍ତି । ମୁଖ୍ୟମନ୍ତ୍ରି ନିଜେ କେନ୍ଦ୍ରକୁ ବିରାଡି ବୈଷ୍ଣବ କହୁଛନ୍ତି । ବୋଧହୁଏ ଏହାର ଅର୍ଥ ମୁଖ୍ୟମନ୍ତ୍ରୀ ଜାଣିନାହାନ୍ତି । ଓଡିଆ ଲୋକଙ୍କୁ ଠକି ଚାଲିଥିବା ମୁଖ୍ୟମନ୍ତ୍ରୀ ନିଜେ ବିରାଡି ବୈଷ୍ଣବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

ଶ୍ରୀ ହରଚନ୍ଦନ କହିଛନ୍ତି ଯେ ଟଙ୍କିକିଆ ଚାଉଳ ଉପରେ ମୁଖ୍ୟମନ୍ତ୍ରୀ ମିଛ କହିବାର ସୀମା ଟପିଗଲେଣି । ଲୋକମାନଙ୍କୁ ମିଛ କହି ଟଙ୍କିକିଆ ଚାଉଳ ରାଜ୍ୟ ସରକାର ଦେଉଥିବା କହି ନିର୍ବାଚନ ପରେ ନିର୍ବାଚନ ଜିତୁଛନ୍ତି । ୧ ଟଙ୍କିକିଆ ଚାଉଳ ଯୋଜନାରେ ରେ କେନ୍ଦ୍ର ସରକାର କିଲୋ ପିଛା ୨୯ ଟଙ୍କା ଦେଉଥିବା ବେଳେ ରାଜ୍ୟ ସରକାର ଦିଅନ୍ତି ମାତ୍ର ୨ ଟଙ୍କା । ମାତ୍ର ୨ ଟଙ୍କା ଦେଇ ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ସେ ଦେଉଥିବା କହିବା ହାସ୍ୟସ୍ପଦ ।

ବିଶ୍ୱଭୁଷଣ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନିଜକୁ ଜଣେ ସ୍ୱାଭିମାନୀ ଓଡିଆ ବୋଲି ଗର୍ବ କରୁଥିଲା ବେଳେ ପାଇକ ବିଦ୍ରୋହ ଯାହା ଓଡିଆ ଜାତିର ଗର୍ବର ଗାଥାର କଥା କୁହେ ତାର ସ୍ମାରକୀ ନିର୍ମାଣ ପାଇଁ କାହିଁକି ଜମି ଦେଲେନାହିଁ? ଓଡିଆ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ହଜିବା ପରେ କେଉଁ ଡରରେ ମୁଖ୍ୟମନ୍ତ୍ରି ତାକୁ ଖୋଲୁନାହାନ୍ତି ଏହାର ଜବାବ ଦିଅନ୍ତୁ ।

ରାଜ୍ୟରେ ଚାଷୀର ସର୍ବନାସ ହୋଇଛି । ଜମିକୁ ଜଳ ସେଚନ କରାଯାଇପାରିଲା ନାହିଁ । ଧାନର ଅଭାବ ବିକ୍ରି ହୋଇଛି । ଦୁର୍ନୀତିରେ ସରକାର ଜୁଡୁବୁଡୁ, ନାରୀ ନିର୍ଯ୍ୟାତନା ଏବଂ ବଳତ୍କାର ବଢିଚାଲିଛି । ବେକାରୀଙ୍କୁ ନିଯୁକ୍ତି ନାହିଁ । ରାଜ୍ୟରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ । ଏହି ସରକାର ପ୍ରତି କ୍ଷେତ୍ରରେ ବ୍ୟର୍ଥ । ପ୍ରତାରଣାର ବିରାଡି ବୈଷ୍ଣବ ସାଜି ମୁଖ୍ୟମନ୍ତ୍ରୀ ଓଡିଆ ଲୋକଙ୍କୁ ଠକିଚାଲିଛନ୍ତି । ଏହାର ଅନ୍ତ ହେବାକୁ ଯାଉଛି । ସାଢେ ଚାରିକୋଟି ଓଡିଆ ଲୋକ ଏ ସରକାରକୁ ବଙ୍ଗୋପ ସାଗରରେ ସମାଧି ଦେବେ ବୋଲି ହରିଚନ୍ଦନ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି ଉପସ୍ଥିତ ଥିଲେ ।

Share this story