ଅନୁମତି ଲାଗି ଯୋଗୀଙ୍କୁ ନୋ’, ଟେଲିଫୋନରେ ସମ୍ବୋଧିତ କଲେ

ଅନୁମତି ଲାଗି ଯୋଗୀଙ୍କୁ ନୋ’, ଟେଲିଫୋନରେ ସମ୍ବୋଧିତ କଲେ
ଅନୁମତି ଲାଗି ଯୋଗୀଙ୍କୁ ନୋ’, ଟେଲିଫୋନରେ ସମ୍ବୋଧିତ କଲେ

ଭୁବନେଶ୍ୱର: ନିର୍ବାଚନୀ ପ୍ରଚାର ନିମନ୍ତେ ନୂଆ ନୂଆ ପନ୍ଥା ଅପଣେଉଛନ୍ତି ନେତାମାନେ । ନୋ’ ସିଗନାଲ ମିଳିବା ପରେ ଆଜି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ, ଏୟାରପୋର୍ଟରୁ ବିଜେପିର କନ୍ଧମାଳ ଓ ଵ୍ରହ୍ମପୁରର ସାଧାରଣ ସଭାକୁ ସେ ଟେଲିଫୋନ ଜରିଆରେ ସମ୍ବୋଧିତ କରିଛନ୍ତି ।

ଯୋଗୀ ଆଜି ଭୁବନେଶ୍ୱର ଏୟାରପୋର୍ଟରୁ ହେଲିକପ୍ଟର ଜରିଆରେ ଫୁଲବାଣୀ ଓ ବ୍ରହ୍ମପୁର ଯିବାର କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ନାଇଟ ଭିଜନ ବ୍ୟବସ୍ଥା ନଥିବାରୁ ହେଲିକପ୍ଟର ଉଡାଣ ନିମନ୍ତେ ଅନୁମତି ମିଳିପାରିନଥିଲା । ତେଣୁ ସେ ବାଧ୍ୟ ହୋଇ ଟେଲିଫୋନରେ ନିଜ ଭାଷଣ ଶୁଣାଇଥିଲେ ।

ଏନେଇ ବିଜେପି ସାଂସଦ ପ୍ରାର୍ଥୀ ଐରଖାରବେଳ ମହାମେଘ ବାହନ ସ୍ୱାଇଁ କହିଛନ୍ତି ଯେ, ନିର୍ବାଚନୀ ସଭାରେ ଯୋଗୀ ଅଦିତ୍ୟନାଥ ଯୋଗ ଦେଇପାରିନଥିବାରୁ, ସେ ବାଧ୍ୟ ହୋଇ ଟେଲିଫୋନ ଜରିଆରେ ସମ୍ବୋଧିତ କରିଛନ୍ତି ।

Share this story