ରାୟଗଡ଼ାରେ ନବୀନଙ୍କ ସୋ’, କେନ୍ଦ୍ର ଉପରେ ବର୍ଷିଲେ, କହିଲେ ଓଡ଼ିଶାବାସୀଙ୍କୁ ବିଜେଡି ସାହା

ରାୟଗଡ଼ାରେ ନବୀନଙ୍କ ସୋ’, କେନ୍ଦ୍ର ଉପରେ ବର୍ଷିଲେ, କହିଲେ ଓଡ଼ିଶାବାସୀଙ୍କୁ ବିଜେଡି ସାହା
ରାୟଗଡ଼ାରେ ନବୀନଙ୍କ ସୋ’, କେନ୍ଦ୍ର ଉପରେ ବର୍ଷିଲେ, କହିଲେ ଓଡ଼ିଶାବାସୀଙ୍କୁ ବିଜେଡି ସାହା

ରାୟଗଡ଼ା: “ଆମେ ଆହାର ଯୋଜନା କଲୁ ଗରିବଙ୍କ ପାଇଁ, କେନ୍ଦ୍ରର ବିଜେପି ସରକାର ସହଯୋଗ କରିବାକୁ ମନା କଲେ । ଆମ ସରକାର ନିଜ ଉଦ୍ୟମରୁ ଏହା ଜାରି ରଖିଛି । କେନ୍ଦ୍ର ସରକାର ଓଡ଼ିଶାର ୩୦ ଲକ୍ଷ ଗରିବଙ୍କୁ ଚାଉଳ ଦେବାକୁ ମନା କଲେ, ଏହା ଠିକ କି ? ହେଲେ ଆମ ସରକାର ସବୁ ଗରିବ ଲୋକଙ୍କୁ ଚାଉଳ ଦେଉଛି । ଏହା ଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାୟଗଡ଼ା ସୋ’। ପୁଣି ଶ୍ରୀ ପଟ୍ଟନାୟକ କେନ୍ଦ୍ର ଅବହେଳା ଉପରେ ବର୍ଷିଛନ୍ତି ।

ରାୟଗଡ଼ାରେ ନବୀନଙ୍କ ସୋ’, କେନ୍ଦ୍ର ଉପରେ ବର୍ଷିଲେ, କହିଲେ ଓଡ଼ିଶାବାସୀଙ୍କୁ ବିଜେଡି ସାହା

ସେ କହିଛନ୍ତି, “ସରକାରଙ୍କ ତିତିଲିରେ ଆପଣମାନଙ୍କର ଆମର ବହୁତ କ୍ଷତି ହେଲା । ହେଲେ କେନ୍ଦ୍ର ସରକାର ଆନ୍ଧ୍ରକୁ ଆଗ ସାହାଯ୍ୟ ଦେଲେ । ଆମମାନଙ୍କ କଥା କେନ୍ଦ୍ରର ମନେ ପଡିଲା ବହୁ ପଛରେ । ଓଡ଼ିଶା ପ୍ରତି ମହିଳା ଓ ଗରିବ ଲୋକଙ୍କ ପ୍ରତି ଏମାନଙ୍କ ଦରଦ ଏମିତି । ଏମାନେ ସବୁ ବିରାଡ଼ି ବୈଷ୍ଣବ । ବର୍ତ୍ତମାନ ରାଜ୍ୟର ଘର ଘରକୁ ବିଶୁଦ୍ଧ ପିଇବା ପାଣି ପହଞ୍ଚୁଛି । ଆପଣମାନଙ୍କର ବିଜୁ ଜନତା ଦଳ ସରକାର ଏଥିପାଇଁ ୧୨ ହଜାର କୋଟି ଖର୍ଚ୍ଚ କରୁଥିବା ବେଳେ କେନ୍ଦ୍ର ଦେଉଛି ମାତ୍ର ୧ ହଜାର କୋଟି ଟଙ୍କା ।” ଏହା କଣ ଠିକ ।

ରାୟଗଡ଼ାରେ ନବୀନଙ୍କ ସୋ’, କେନ୍ଦ୍ର ଉପରେ ବର୍ଷିଲେ, କହିଲେ ଓଡ଼ିଶାବାସୀଙ୍କୁ ବିଜେଡି ସାହା

“ସେହିପରି ଚାଷ ଜମିକୁ ଜଳସେଚନ ପାଇଁ ଆମେ ୨୦ ହଜାର ଟଙ୍କା ଖର୍ଚ୍ଚ କରୁଥିବା ବେଳେ କେନ୍ଦ୍ର ଦେଉଛି ମାତ୍ର ୨୫୦ କୋଟି ଟଙ୍କା । ମହିଳାମାନେ ହିଁ ରାଜ୍ୟର ଶକ୍ତି ଏବଂ ଏହି ଶକ୍ତି ହିଁ ଆମର ଭବିଷ୍ୟତ ବିକାଶକୁ ଆଗେଇ ନେବ । କେନ୍ଦ୍ର ସରକାର ଯୋଜନାରେ ୫ଲକ୍ଷ ମିଳୁଥିବା ବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟର ମା’ମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଆମ ସରକାର ୭ ଲକ୍ଷ ଟଙ୍କା ଦେଉଛି । ଜେକେ ପୁରରୁ ରାୟଗଡ଼ା ପର୍ଯ୍ୟନ୍ତ ନିର୍ବାଚନୀ ଶୋଭାଯାତ୍ରାରେ ଆପଣମାନଙ୍କ ସମର୍ଥନ ଓ ଉତ୍ସାହ ଦେଖି ମୁଁ ଅବିଭୁତ । ଆପଣମାନଙ୍କ ଭଲପାଇବା ନିକଟରେ ମୁଁ କୃତଜ୍ଞ । ଆସନ୍ତୁ, ଆମ ହକ୍ ଓ ସ୍ଵାଭିମାନର ଲଢେଇକୁ ଆହୁରି ଜୋରଦାର କରିବା । ଚଳିତ ନିର୍ବାଚନରେ ଓଡ଼ିଶା ପ୍ରତି ହେଇଥିବା ପ୍ରତାରଣାର ଉଚିତ ଜବାବ ଦେବା,” ଏପରି କହି ଜନସାଧାରଣଙ୍କୁ ବିଜେଡିକୁ ଭୋଟ ଦେବା ପାଇଁ ଶ୍ରୀ ପଟ୍ଟନାୟକ କହିଥିଲେ ।

ରାୟଗଡ଼ାରେ ନବୀନଙ୍କ ସୋ’, କେନ୍ଦ୍ର ଉପରେ ବର୍ଷିଲେ, କହିଲେ ଓଡ଼ିଶାବାସୀଙ୍କୁ ବିଜେଡି ସାହା

Share this story