କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଲେ ମହିଳା ସଭାନେତ୍ରୀ ସୁମିତ୍ରା ଜେନା

କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଲେ ମହିଳା ସଭାନେତ୍ରୀ ସୁମିତ୍ରା ଜେନା
କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଲେ ମହିଳା ସଭାନେତ୍ରୀ ସୁମିତ୍ରା ଜେନା

ଭୁବନେଶ୍ୱର: ନିର୍ବାଚନ ଯେତେ ପାଖେଇ ଆସୁଛି, ନେତାମାନଙ୍କର ଦଳ ପରିବର୍ତନ ବଡ଼ ରୋମାଞ୍ଚକର ହେବାରେ ଲାଗିଛି । ଦୀର୍ଘ ଦିନର ବାଦ ବିବାଦ ପରେ ଆଜି କଂଗ୍ରେସ ଛାଡ଼ି ମହିଳା ସଭାନେତ୍ରୀ ସୁମିତ୍ରା ଜେନା ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ଅନ୍ୟ ବିଜେଡି କର୍ମୀମାନଙ୍କ ଉପସ୍ଥିତିରେ ଆଜି ସନ୍ଧ୍ୟାରେ ସେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି ।

ଟିକେଟ ବଣ୍ଟନକୁ ନେଇ ଅସନ୍ତୁଷ୍ଟ ଥିବା ସୁମିତ୍ରା ଏଭଳି ପଦକ୍ଷେପ ନେଇଛନ୍ତି ବୋଲି ମତ ପ୍ରକାଶ କରିଛନ୍ତି । ପୂର୍ବରୁ ଟିକେଟ ବଣ୍ଟନକୁ ନେଇ କାର୍ଯ୍ୟାଳୟ ସମ୍ମୁଖରେ ହୋହଲ୍ଲା କରୁଥିବା ସମୟରେ ଅନ୍ୟ ଏକ ନେତା ସହ ଧସ୍ତାଧସ୍ତି ହେବାରୁ, ଏନେଇ ସେ କ୍ୟାପିଟାଲ ଥାନାରେ ମାମଲା ରୁଜୁ କରିଥିଲେ । କାର୍ଯ୍ୟାନୁଷ୍ଠାନ ପାଇଁ ଦଳିଅ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ମଧ୍ୟ ବସିଥିଲେ । ପିସିସି ସଭାପତି ପ୍ରତିଶୃତି ଦେବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା ।

ସୁମିତ୍ରା ଭଦ୍ରକ ବିଧାନସଭା ଆସନ ପାଇଁ ଦାବିଦାର ଥିବା ବେଳେ ଦଳ ସେଠାରେ ନଳିନୀ ମହାନ୍ତିଙ୍କୁ ପ୍ରାର୍ଥୀ କରିଥିବା ଜଣାପଡ଼ିଛି । ଦଳରେ ତାଙ୍କ ପ୍ରତି ଅନ୍ୟାୟ ହୋଇଥିବାରୁ ସେ ନିଜ ଇସ୍ତାଫା ଦେଇ ଆଜି ବିଜେଡିରେ ଯୋଗ ଦେଇଛନ୍ତି ।

Share this story