ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଆଗରେ ଫେରାଦ ହେଲା ବିଜେପି, ସମ୍ବେଦନଶୀଳ ଓ ଅତିସମ୍ବେଦନଶୀଳ ବୁଥମାନଙ୍କରେ ସୁରକ୍ଷା ଯୋଗାଇଦେବା ପାଇଁ ଦାବି

ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଆଗରେ ଫେରାଦ ହେଲା ବିଜେପି, ସମ୍ବେଦନଶୀଳ ଓ ଅତିସମ୍ବେଦନଶୀଳ ବୁଥମାନଙ୍କରେ ସୁରକ୍ଷା ଯୋଗାଇଦେବା ପାଇଁ ଦାବି
ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଆଗରେ ଫେରାଦ ହେଲା ବିଜେପି, ସମ୍ବେଦନଶୀଳ ଓ ଅତିସମ୍ବେଦନଶୀଳ ବୁଥମାନଙ୍କରେ ସୁରକ୍ଷା ଯୋଗାଇଦେବା ପାଇଁ ଦାବି

ଭୁୁବନେଶ୍ୱର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସମୟରେ ଅନେକ ସ୍ଥାନରେ ବୁଥ ରିଗିଂ, ବୁଥ କ୍ୟାପଚରିଂ, ଭୋଟରଙ୍କୁ ଲାଂଚ ଦେବା, ଧମକ ଦେଇ ଭୋଟ ହାତେଇବା ଆଦି ଘଟଣା ସାମ୍ନାକୁ ଆସିଛି । ଏହି ସମସ୍ତ ଘଟଣା ଶାସକ ଦଳର ନିର୍ଦ୍ଦେଶରେ ହୋଇଛି । ଏଣୁ ଏଭଳି ଅପ୍ରୀତିକର ପରିସ୍ଥିତକୁ ଦୃଷ୍ଟିରେ ରଖି ଆଗାମୀ ନିର୍ବାଚନରେ ହେବାକୁ ଥିବା ସମ୍ବେଦନଶୀଳ ଓ ଅତିସମ୍ବେଦନଶୀଳ ବୁଥମାନଙ୍କରେ ସୁରକ୍ଷା ଯୋଗାଇଦେବା ପାଇଁ ବିଜେପି ଦାବି କରିଛି ।

ଅନ୍ୟପକ୍ଷରେ ବରଗଡ ଜିଲ୍ଲା ଭଟଲି ନିର୍ବାଚନ ମଣ୍ଡଳୀରେ ଶାସକ ବିଜେଡି ଦଳର ମନ୍ତ୍ରୀ ସୁଶାନ୍ତ ସିଂ ବୁଥ ରିଗିଂ ଓ ବୁଥ କ୍ୟାପଚରିଂ ପାଇଁ ଯୋଜନା କରୁଛନ୍ତି । ଭଟଲି ନିର୍ବାଚନ ମଣ୍ଡଳୀର କନାପାଲି, ପାଣିମୁରା, ବାଉସେନମୁରା, ଝର ଏବଂ ବେହେରାପାଲି ପଂଚାୟତ ସମେତ ସମ୍ବେଦନଶୀଳ ଓ ଅତିସମ୍ବେଦନଶୀଳ ୨୯ଟି ବୁଥରେ କେନ୍ଦ୍ରୀୟ ସୁରକ୍ଷା ବଳ ସହ ସିସିଟିଭି ଲଗାଇ ନିର୍ବାଚନକୁ ସୁପରିଚାଳନା କରିବା ପାଇଁ ରାଜ୍ୟ ଉପ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି କରିଛି ।

ଭଟଲି ବିଜେଡି ବିଧାୟକ ପ୍ରାର୍ଥୀ ତଥା ମନ୍ତ୍ରୀ ସୁଶାନ୍ତ ସିଂ ଅଭ୍ୟାସଗତ ଭାବେ ବୁଥ ରିଗିଂ କରନ୍ତି । ୨୦୧୪ ନିର୍ବାଚନ ସମୟରେ ବୁଥ ରିଗିଂ ପାଇଁ ତାଙ୍କ ନାଁ ରେ ୨ଟି କ୍ରିମିନାଲ କେସ ରହିଛି ବୋଲି ସେ ନିଜ ନାମାଙ୍କନ ପତ୍ରରେ ଦର୍ଶାଇଛନ୍ତି । ସ୍ଥାନୀୟ ପୋଲିସ ଏବଂ ପ୍ରଶାସନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ହାତ ମୁଠାରେ ଥିବାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଅନେକ ସମ୍ଭାବନା ରହିଛି ।

ଗତ ବିଜେପୁର ଉପ ନିର୍ବାଚନ ସମୟରେ ସୁଶାନ୍ତ ସିଂ ଅପରାଧିକ କାର୍ଯ୍ୟକଳାପରେ ସକ୍ରିୟ ରହିବା ସହ ଧମକ ଦେଇ ମତଦାତଙ୍କ ଉପରେ ପ୍ରଭାବ ପକାଇ ଭୋଟ ହାତେଇଥିଲେ । ଏହି ପରିିପ୍ରେକ୍ଷୀରେ ଆଗମୀ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ ଅଧିକାରୀ କେନ୍ଦ୍ରୀୟ ସୁରକ୍ଷା ବଳ ଯୋଗାଇବା ସହ ସିସିଟିଭି ମାଧ୍ୟମରେ ସମ୍ବେଦନଶୀଳ ଓ ଅତିସମ୍ବେଦନଶୀଳ ବୁଥ ଉପରେ ନଜର ରଖିବାକୁ ପ୍ରତିନିଧୀ ଦଳ ଦାବି କରିଛି ।

ଏହି ପ୍ରତିନିଧୀ ଦଳରେ ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ ବିଶ୍ୱାଳ, ରାଜ୍ୟ ନିର୍ବାଚନ ପ୍ରକୋଷ୍ଠ ସଂଯୋଜକ ଜୟନ୍ତ ଜେନା ଏବଂ ଆଇନଜୀବୀ ସତ୍ୟବ୍ରତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Share this story