ନିର୍ବାଚନ ଆରମ୍ଭ ହିଂସା, ବିଜେପି ବିଧାୟକ ପ୍ରାର୍ଥୀଙ୍କ ସମ୍ପର୍କୀୟଙ୍କୁ ମରଣାନ୍ତକ ଆକ୍ରମଣ

ନିର୍ବାଚନ ଆରମ୍ଭ ହିଂସା, ବିଜେପି ବିଧାୟକ ପ୍ରାର୍ଥୀଙ୍କ ସମ୍ପର୍କୀୟଙ୍କୁ ମରଣାନ୍ତକ ଆକ୍ରମଣ
ନିର୍ବାଚନ ଆରମ୍ଭ ହିଂସା, ବିଜେପି ବିଧାୟକ ପ୍ରାର୍ଥୀଙ୍କ ସମ୍ପର୍କୀୟଙ୍କୁ ମରଣାନ୍ତକ ଆକ୍ରମଣ

ଗଂଜାମ: ନିର୍ବାଚନ ଆରମ୍ଭ ନ ହେଉଣୁ ରାଜନୈତିକ ହିଂସା । ଗଂଜାମ ଜିଲ୍ଲା ଭଞ୍ଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀଙ୍କ ଭଣଜାଙ୍କୁ ଆକ୍ରମଣ ।

ଗତକାଲି କୁଲାଡ଼ରେ କେନ୍ଦ୍ରମନ୍ତ୍ରୀ ଧମେର୍ନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକ୍ରମ ଥିଲା । ସୂଚନା ଅନୁସାରେ ଏହାକୁ ନେଇ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ହୋଇଥିଲା ବଚସା । ପରେ ତୁରୁମ ଗାଁରେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦ୍ୟୁମ୍ନ ନାୟକଙ୍କ ଭଣଜା ଅଜିତ ପ୍ରଧାନଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି ।

ତାଙ୍କ ଦେହର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି । ଅଜିତଙ୍କୁ ଭଂଜନଗର ହସ୍‌ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି । ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦ୍ୟୁମ୍ନ ନାୟକ ଅଭିଯୋଗ କରିଛନ୍ତି, ମନ୍ତ୍ରୀ ତଥା ବିଜେଡି ପ୍ରାର୍ଥୀ ବିକ୍ରମ ଆରୁଖଙ୍କ ଇଙ୍ଗିତରେ ତୁରୁମ୍‌ ଗାଁର ସରପଞ୍ଚ ଟୁଟୁ ପ୍ରଧାନ ଏହି ଆକ୍ରମଣ କରିଛନ୍ତି । ଭଂଜ ନଗର ଥାନାରେ ଏନେଇ ଏତଲା ମଧ୍ୟ ସେ ଦେଇଛନ୍ତି ।

Share this story