ମୋଦି ମୋଦି ଡାକରେ କମ୍ପିଲା ଏୟାରପୋର୍ଟରୁ ବରମୁଣ୍ଡା, ଦେଖନ୍ତୁ ଭିଡ଼ିଓ

ମୋଦି ମୋଦି ଡାକରେ କମ୍ପିଲା ଏୟାରପୋର୍ଟରୁ ବରମୁଣ୍ଡା, ଦେଖନ୍ତୁ ଭିଡ଼ିଓ
ମୋଦି ମୋଦି ଡାକରେ କମ୍ପିଲା ଏୟାରପୋର୍ଟରୁ ବରମୁଣ୍ଡା, ଦେଖନ୍ତୁ ଭିଡ଼ିଓ

ଭୁବନେଶ୍ୱର: ସମୟ ୩.୩୦ରୁ ଖଚାଖଚ ଭିଡ଼ । ଏୟାରପୋର୍ଟ ଛକରେ ଅସମ୍ଭାଳ ଜନଗହଳି । ଚାରିପଟେ ଟ୍ରାଫିକ ଜାମ । ସତେ ଯେମିତି ନିଜ ପ୍ରିୟ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଖିବାକୁ ଲୋକଙ୍କ ମନରେ ଥିଲା ପ୍ରବଳ ଉନ୍ମାଦନା ।

କୋଉଠି ଶୁଭୁଥିଲା ହୁଲୁହୁଳି ତ ଆଉ କୋଉଠି ହରିବୋଲ । ଝାଞ୍ଜ ସାଙ୍ଗକୁ ମର୍ଦଳ ବାଜା । ଏ ସବୁ ସାଙ୍ଗକୁ ମୋଦିଙ୍କ ସ୍ୱାଗତ ପାଇଁ ରାସ୍ତା କଡରେ ଘୋଡା ନାଚ । ମୋଦିଙ୍କ ସ୍ୱାଗତ ପାଇଁ ରାସ୍ତା ଉପରେ ଫୁଲ ମଧ୍ୟ ବିଛାଇଥିଲେ ଶୁଭେଚ୍ଛୁ । ଲୋକଙ୍କ ଉତ୍କଣ୍ଠାର ଅନ୍ତ ଘଟାଇ ପାଖାପାଖି ୫.୩୦ ରେ ଭୁବନେଶ୍ୱର ଏୟାରପୋର୍ଟରୁ ବରମୁଣ୍ଡା ଅଭିମୁଖେ ବାହାରିଥିଲା ମୋଦିଙ୍କ କାରକେଡ଼ ।

ମୋଦି ମୋଦି ଡାକରେ କମ୍ପିଲା ଏୟାରପୋର୍ଟରୁ ବରମୁଣ୍ଡା, ଦେଖନ୍ତୁ ଭିଡ଼ିଓ

ରାଜ୍ୟର ତୁଙ୍ଗ ନେତୃବୃନ୍ଦଙ୍କ ସହ ଏକ କଳା ରଙ୍ଗର ଲ୍ୟାଣ୍ଡକ୍ରୁଜରରେ ସୁରକ୍ଷା କର୍ମୀଙ୍କ ଗହଣରେ ମୋଦି ଆରମ୍ଭ କରିଥିଲେ ରୋଡ଼ ଶୋ’ । ହାତ ହଲାଇ ଲୋକଙ୍କୁ ଅଭିବାଦନ ଜଣାଇବା ସହ ବରମୁଣ୍ଡା ଅଭିମୁଖେ ଯାତ୍ରା କରିଥିଲେ ମୋଦି । ଯାତ୍ରା ସମୟରେ ରାସ୍ତାର ଦୁଇପଟ ମୋଦି ମୋଦି ଡାକରେ କମ୍ପୁଥିବା ଦେଖାଯାଇଥିଲା ।

ମୋଦି ମୋଦି ଡାକରେ କମ୍ପିଲା ଏୟାରପୋର୍ଟରୁ ବରମୁଣ୍ଡା, ଦେଖନ୍ତୁ ଭିଡ଼ିଓ

Share this story