ଆଜି ଭୁବନେଶ୍ୱରରେ ମୋଦିଙ୍କ ରୋଡ଼ ଶୋ’, ବ୍ଲୁ-ବୁକ୍ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି, ଜାଣନ୍ତୁ କେତେବେଳେ ପହଂଚିବେ ମୋଦି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନିର୍ବାଚନୀ ପ୍ରଚାରରେ ଭୁବନେଶ୍ୱର ଆସୁଛନ୍ତି । ଏଥିପାଇଁ ରାଜଧାନୀରେ ସମସ୍ତ ପକାରର ବନ୍ଦୋବସ୍ତ ସରିଛି । ସେ ଏଠାରେ ଏକ ରୋଡ୍ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି । ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ବରମୁଣ୍ଡା ପଡ଼ିଆ ପର୍ଯ୍ୟନ୍ତ ରୋଡ୍ ଶୋ’ କରିବେ ଶ୍ରୀ ମୋଦି ।

ଏହି ରୋଡ୍ ଶୋ’ ଏୟାରପୋର୍ଟ ଛକରୁ ବାହାରି ଗଙ୍ଗ ନଗର, ଓୟୁଏଟି ଓ ଶିରିପୁର ଛକ ଦେଇ ସିଟି ଓମେନ୍ସ କଲେଜ ପାଖରୁ ବାମକୁ ମୋଡି ବରମୁଣ୍ଡା ଶିବ ମନ୍ଦିର ଦେଇ ବରମୁଣ୍ଡା ପଡିଆରେ ପହଂଚିବ । ଏହାପରେ ବରମୁଣ୍ଡା ପଡିଆରେ ଏକ ବିରାଟ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ମୋଦି ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନ ୪ଟାରେ ଏହି ସଭା ଆରମ୍ଭ ହେବ ।

ମୋଦିଙ୍କ ଗସ୍ତ ପାଇଁ ବ୍ଲୁ-ବୁକ୍ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ରୁଟ୍ ଲାଇନ୍, ପାର୍କିଂ, କାରକେଡ୍ ଓ ମିଟିଂ ସ୍ଥଳରେ ସୁରକ୍ଷା ଯାଞ୍ଚ ସରିଛି । ସୋମବାର କମିଶନରେଟ୍ ପୁଲିସ ପକ୍ଷରୁ କାରକେଡ୍ ଡ୍ରିଲ୍ କରାଯାଇଥିଲା । ଏହାକୁ ପୁଲିସ କମିଶନର ଓ ଡିସିପି ନିଜେ ତଦାରଖ କରିଥିଲେ ।

ଭୁବନେଶ୍ୱର ଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ସମ୍ବଲପୁରରେ ମଧ୍ୟ ଏକ ନିର୍ବାଚନୀ ସଭାରେ ଯୋଗ ଦେବେ । ସେ ସେଠାରେ ସକାଳ ୧୦ଟା ବେଳେ ପହଞ୍ôଚବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ସଭା କାର୍ଯ୍ୟକ୍ରମ ସାରି ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ଅଭିମୁଖେ ଆସିବେ ବୋଲି ସୂଚନା ମିଳିଛି ।

Share this story