ବିଜେଡି କାର୍ଯ୍ୟାଳୟରେ ପହଞ୍ଚିଲା ବେଦପ୍ରକାଶ ଅଗ୍ରୱାଲାଙ୍କ ମର ଶରୀର, କର୍ମୀ ଜଣାଇଲେ ଶ୍ରଦ୍ଧାଞ୍ଜଳୀ

ବିଜେଡି କାର୍ଯ୍ୟାଳୟରେ ପହଞ୍ଚିଲା ବେଦପ୍ରକାଶ ଅଗ୍ରୱାଲାଙ୍କ ମର ଶରୀର, କର୍ମୀ ଜଣାଇଲେ ଶ୍ରଦ୍ଧାଞ୍ଜଳୀ
ବିଜେଡି କାର୍ଯ୍ୟାଳୟରେ ପହଞ୍ଚିଲା ବେଦପ୍ରକାଶ ଅଗ୍ରୱାଲାଙ୍କ ମର ଶରୀର, କର୍ମୀ ଜଣାଇଲେ ଶ୍ରଦ୍ଧାଞ୍ଜଳୀ

ଭୁବନେଶ୍ୱର: ବିଜେଡି କାର୍ଯ୍ୟାଳୟରେ ବେଦପ୍ରକାଶ ଅଗ୍ରୱାଲାଙ୍କ ମର ଶରୀର ଆଜି ସନ୍ଧ୍ୟାରେ ପହଂଚିଛି । ବେଦପ୍ରକାଶ ଅଗ୍ରୱାଲାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ମର ଶରୀରରେ ପୁଷ୍ପଗୁଚ୍ଛ ଦେଇ ଶ୍ରୀ ପଟ୍ଟନାୟକ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ ।

ବିଜେଡି କାର୍ଯ୍ୟାଳୟରେ ପହଞ୍ଚିଲା ବେଦପ୍ରକାଶ ଅଗ୍ରୱାଲାଙ୍କ ମର ଶରୀର, କର୍ମୀ ଜଣାଇଲେ ଶ୍ରଦ୍ଧାଞ୍ଜଳୀ

ଶ୍ରୀ ଅଗ୍ରୱାଲଙ୍କ ଶେଷ ଦର୍ଶନ ପାଇଁ ବିଜେଡିର ବହୁ ବରିଷ୍ଠ ନେତା ଓ କର୍ମୀ କାର୍ଯ୍ୟାଳୟରେ ଶତାଧିକ ସଂଖ୍ୟାରେ ଯୋଗ ଦେଇଥିଲେ । ସମସ୍ତେ ଫୁଲଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । “ବିଜୁ ବାବୁଙ୍କ ଘନିଷ୍ଠ ଥିଲେ ବେଦପ୍ରକାଶ ଅଗ୍ରୱାଲା, ଦୀର୍ଘ ଦିନ ଧରି ଲୋକଙ୍କ ସେବା କରିଛନ୍ତି ବେଦପ୍ରକାଶ, ଦଳ ପାଇଁ ଏହା ଏକ ଅପୂରଣୀୟ କ୍ଷତି,” ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।

Share this story