ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ହିଂସା ଆଶଙ୍କା ନେଇ ମୁଖ୍ୟ ନିର୍ବାଚନ ଅଧିକାରିଙ୍କୁ ଭେଟିଲା ବିଜେପି

ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ହିଂସା ଆଶଙ୍କା ନେଇ ମୁଖ୍ୟ ନିର୍ବାଚନ ଅଧିକାରିଙ୍କୁ ଭେଟିଲା ବିଜେପି
ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ହିଂସା ଆଶଙ୍କା ନେଇ ମୁଖ୍ୟ ନିର୍ବାଚନ ଅଧିକାରିଙ୍କୁ ଭେଟିଲା ବିଜେପି

ଭୁବନେଶ୍ୱର: ପ୍ରଥମ ଓ ଦ୍ୱିତୀୟ ନିର୍ବାଚନରେ ଜନମତ ବିଜେପି ଆଡକୁ ଢଳିବା ପରେ ହିଂସାମୁଖ ହୋଇଛି ବିଜେଡି । ଶାସକ ଦଳ ନିର୍ବାଚନ ପରାଜୟ ଭୟରେ ବିଜେଡି ଏବେ ବୁଥ ରିଙ୍ଗିଗ, ବୁଥ କ୍ୟାପଚରିଙ୍ଗ, ଏବଂ ବୁଥରେ ହିଂସା କରିବାର ରାସ୍ତା ଆପଣାଇଛନ୍ତି । ଏବେ ରାଜ୍ୟରେ ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟରେ ବିଭିନ୍ନ ନିର୍ବାଚନୀ ମଣ୍ଡଳୀରେ ଯେଉଁ ସବୁ ସମ୍ବେଦନଶୀଳ ଏବଂ ଅତି ସମ୍ବେଦନଶୀଳ ବୁଥଗୁଡିକ ରହିଛି ଯେଉଁଠି ଶାସକ ବିଜେଡି ରିଗିଂ ଏବଂ କ୍ୟାପଚରିଂ କରିବାର ସମ୍ଭାବନା ରହିଛି ସେହି ବୁଥମାନଙ୍କର ତାଲିକା ଆଜି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦେଇଛନ୍ତି ।

ମୁଖ୍ୟ ନିର୍ବାଚନ ଅଧିକାରି ତୁରନ୍ତ ସେହି ସମ୍ବେଦନଶୀଳ ବୁଥ୍ ର ତାଲିକା ତୁରନ୍ତ ପ୍ରକାଶ କରିବା ସହ ସେହିି ସମସ୍ତ ବୁଥ୍ ମାନଙ୍କରେ କେନ୍ଦ୍ରୀୟ ସୁରକ୍ଷାବଳକୁ ମୁତୟନ କରାଯିବା ସହ ସିସିଟିଭି କ୍ୟାମେରା ଲଗାଇ ତାହାର ଭିଡିଓ ଗ୍ରାଫି କରାଯାଉ ବୋଲି ଏହି ପ୍ରତିନିଧି ଦଳ ଦାବି କରିଛି ।

ଶ୍ରୀ ମହାନ୍ତି କହିଛନ୍ତି ଯେ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେପିର ପ୍ରତିନିଧି ଦଳ ରାଜ୍ୟର ସମସ୍ତ ସମ୍ବେଦନଶିଳ ଏବଂ ଅତି ସମ୍ବେଦନଶିଳ ବୁଥ୍ ଗୁଡିକର ତାଲିକା ନିର୍ବାଚନ ଅଧିକାରିଙ୍କୁ ଜଣାଇ ଦିଆଯାଇଥିଲା । କିନ୍ତୁ ସେହି ବୁଥ୍ ମାନଙ୍କରେ ରିଗିଂ ଏବଂ କ୍ୟାପଚରିଂ ହେବାର ଆଶଙ୍କା ଥିଲେ ମଧ୍ୟ ତାହାକୁ ସେଥିରେ କୌଣସି କାର୍ଯ୍ୟନୁଷ୍ଠାନ ନିଆଗଲା ନାହିଁ କି ସମ୍ବେଦନଶୀଳ ବୁଥ୍ ଘୋଷଣା କରାଗଲା ନାହିଁ । ଯାହା ଫଳରେ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ସେହି ବୁଥମାନଙ୍କରେ ଶାସକ ଦଳ ଦ୍ୱାରା ରିଗିଂ ଏବଂ କ୍ୟାପଚରିଂ କରା ଯାଇଥିଲା ।

ନିର୍ବାଚନ ଅଧିକାରୀ ସମ୍ବେଦନଶୀଳ ବୁଥ୍ ର ତାଲିକା ପ୍ରସ୍ତୁତ କରିବା କଥା କିନ୍ତୁ କଲେ ନାହିଁ ? ଯଦି ଏହାକୁ ତୁରନ୍ତ ଘୋଷଣା କରାନଯାଏ ବିଜେପ ପକ୍ଷରୁ ଆସନ୍ତାକାଲି ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟ ଧାରଣା ଦିଆଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ରାଜ୍ୟରେ ଆଇନ ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ଭୁଷୁଡି ପଡିଥିବା ବେଳେ ଶାସକ ବିଜେଡି ଦଳର ଗୁଣ୍ଡାମାନଙ୍କ ଦ୍ୱାରା ହତ୍ୟାକାଣ୍ଡ, ଅପରାଧିକ ଘଟଣା ବଢିଚାଲିଛି । ବାଲେଶ୍ୱର, ଭୋଗରାଇ, ବଡସାହି, ଭଦ୍ରକ, ଭୁବନେଶ୍ୱରର ଏକାମ୍ରର ନିର୍ବାଚନ ମଣ୍ଡଳୀ, କଟକ, କଟକ ସଦର, ଆଠଗଡ, ବଡମ୍ବା, ପରଜଙ୍ଗ, କାମାକ୍ଷାନଗର, ଢେଙ୍କାନାଳ, ଅନୁଗୁଳ, ତାଲଚେର, ପାରାଦ୍ୱୀପ, ଜଗତସିଂହପୁର, ବାଲିକୁଦା-ଏରସମା, କାକଟପୁର, ନିମାପଡା, ନିଆଳି, ବିଞ୍ଜାରପୁର ଏବଂ ଯାଜପୁରର ସୁକିନ୍ଦାରେ ହେବାକୁ ଥିବା ତୃତୀୟା ଏବଂ ଚର୍ତୁତ ପର୍ଯ୍ୟାୟରେ ସମ୍ବେଦନଶୀଳ, ଅତିସମ୍ବେଦନଶୀଳ ବୁଥ୍ଗୁଡିକର ତାଲିକା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି ।

ଏହି ପ୍ରତିନିଧି ଦଳରେ ରାଜ୍ୟ ସଂପାଦକ ଡ. ଯତୀନ ମହାନ୍ତି, ନିର୍ବାଚନ ପ୍ରକୋଷ୍ଠର ସଂଯୋଜକ ଜୟନ୍ତ ଜେନା ଉପସ୍ଥିତ ଥିଲେ ।

Share this story