ଅସହିଷ୍ଣୁ ବିଜେପି ଗୁଣ୍ଡାଗିରି, ରାଜ୍ୟରେ ହିଂସା ଜରିଆରେ ଶାନ୍ତି ନଷ୍ଟ କରୁଛି: ନବୀନ

ଅସହିଷ୍ଣୁ ବିଜେପି ଗୁଣ୍ଡାଗିରି, ରାଜ୍ୟରେ ହିଂସା ଜରିଆରେ ଶାନ୍ତି ନଷ୍ଟ କରୁଛି: ନବୀନ
ଅସହିଷ୍ଣୁ ବିଜେପି ଗୁଣ୍ଡାଗିରି, ରାଜ୍ୟରେ ହିଂସା ଜରିଆରେ ଶାନ୍ତି ନଷ୍ଟ କରୁଛି: ନବୀନ

ଭୁବନେଶ୍ୱର: ନିକଟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ୨୦୧୯ ନିର୍ବାଚନ ହାରିଯିବାର ଭୟ ବିଜେପିକୁ ଘାରିଛି । ଫଳରେ ହଡବଡ଼ି ହୋଇ ଏବଂ ପ୍ରତିଶୋଧ ପରାୟଣ ହୋଇ ରାଜ୍ୟରେ ଗୁଣ୍ଡାଗାର୍ଦି କାର୍ଯ୍ୟକଳାପ ବଢ଼ାଇଛି ବିଜେପି । ଯାହାକି ରାଜ୍ୟରେ ହିଂସା ଜରିଆରେ ଶାନ୍ତି ଭଙ୍ଗ କରିବା ପାଇଁ ଦଳର ପ୍ରଚେଷ୍ଟା ଜାରି ରହିଥିବା ଜଗତସିଂହପୁର ଓ କଟକରେ ଏପରେ ଅଭିଭାଷଣ ରଖିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ହେଲେ ଓଡ଼ିଶାର ଜନତା ବିଜେପିର ଅସଲ ମୁଖାକୁ ବୁଝିସାରିଲେଣି । ଯାହା ଉଚିତ୍ ଜବାବ ଜନତା ନିର୍ବାଚନ ମଇଦାନରେ ଦେବେ ବୋଲି ଶ୍ରୀ ପଟ୍ଟନାୟକ ମତ ରଖିଛନ୍ତି ।

ଶ୍ରୀ ପଟ୍ଟନାୟକ କହିଛନ୍ତି, “ଓଡ଼ିଶାରେ ଯେଉଁ ପ୍ରକାର ବିପତ୍ତି ଆସିଛି, ବିଜେଡି ସରକାର ସବୁବେଳେ ଲୋକଙ୍କ ପାଇଁ ଛିଡା ହୋଇଛି । ହେଲେ ନିର୍ବାଚନ ଆସିଲେ କେବଳ ବିଜେପିର ବଡ଼ ବଡ଼ ନେତାମାନେ ଓଡ଼ିଶାକୁ ଚାଲି ଆସୁଛନ୍ତି । ଏହି ସମୟରେ ନୂଆ ଭୋଟରଙ୍କୁ ବିଜେଡି କିଛି କଥା କହିବାକୁ ଚାହୁଁଛି ଯେ, ରାଜ୍ୟରେ ବାତ୍ୟା, ବନ୍ୟା ଭଳି ବିପତ୍ତି ଆସିଲେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ଆମେ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିଲୁ । ଏବେ ସେ ଅବସ୍ଥା ନାହିଁ । ଡିଜାସଷ୍ଟର ମ୍ୟାନେଜମେଣ୍ଟରେ ଓଡ଼ିଶା ଆଜି ଏକ ମଡେଲ ରାଜ୍ୟ ଭାବେ ପରିଗଣିତ । ଆମେ ଆଜି କେରଳ ଓ ଅନ୍ୟ ରାଜ୍ୟମାନଙ୍କୁ ସାହାଯ୍ୟ କରୁଛୁ ।”

“ଆପଣ କୁହନ୍ତୁ, ଏହା କ’ଣ ପରିବର୍ତ୍ତନ ନୁହେଁ? ଆମ ଲୋକଙ୍କ ଖାଦ୍ୟ ସୁରକ୍ଷା ପାଇଁ ଅନ୍ୟ ରାଜ୍ୟରୁ ଚାଉଳ ଆସୁଥିଲା । ଆଜି ଆମେ ଅନ୍ୟ ରାଜ୍ୟକୁ ଚାଉଳ ଦେଉଛୁ । ଆପଣ କୁହନ୍ତୁ, ଏହା କଣ ପରିବର୍ତ୍ତନ ନୁହେଁ? ଆଜି ଆମେ ସାରା ଓଡ଼ିଶାକୁ ଖାଦ୍ୟ ସୁରକ୍ଷା ଦେଇପାରୁଛୁ । ଯଦି ସ୍ୱାସ୍ଥ୍ୟ କ୍ଷେତ୍ର ବିଷୟରେ କହିବା, ୨୦୦୦ ମସିହାରେ ଓଡ଼ିଶାରେ ମାତ୍ର ୩ଟି ସରକାରୀ ମେଡିକାଲ କଲେଜ ଥିଲା । ଏବେ ରାଜ୍ୟରେ ୯ଟି ସରାକରୀ ମେଡିକାଲ କଲେଜ ରହିଛି । ଏହା କ’ଣ ପରିବର୍ତ୍ତନ ନୁହେଁ?” ବୋଲି ନବୀନ କହିଥିଲେ ।

ସେ ପୁଣି କହିଥିଲେ, “ଓଡ଼ିଶାରେ ସାଢ଼େ ୪ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେଉଛି । ଏହା କ’ଣ ପରିବର୍ତ୍ତନ ନୁହେଁ? ଏସବୁ ସମ୍ଭବ ହୋଇଛି ଆପଣମାନଙ୍କ ଆଶୀର୍ବାଦ ଓ ସହଯୋଗ ଯୋଗୁ” ।

ସବୁଠୁ ବଡ଼ କଥା ହେଉଛି ମିଛ, ହିଂସା ଓ ଗୁଣ୍ଡାଗିରି ଭାରତୀୟ ଜନତା ପାର୍ଟିର ମୁଖ୍ୟ ଏଜେଣ୍ଡା । ବେଲରେ ଆସିଥିବା ଅପରାଧୀ ମାନଙ୍କୁ ବିଜେପି ପ୍ରାର୍ଥୀ କରୁଛି । ଏହା ଆମ ସଂସ୍କୃତିର ବିରୋଧୀ । ଲୋକ ବିଜେପିକୁ ଉଚିତ୍ ଜବାବ ଦେବେ । ସାରା ଦେଶରେ ବିଜେପିର ଦୁର୍ଗ ପତନ ଆରମ୍ଭ ହେଲାଣି । ତେଣୁ ରାଜ୍ୟବାସୀ ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଲୋକଙ୍କୁ ଅନୁରୋଧ କରିଥିଲେ ।

Share this story