ବିଜେଡ଼ିର ଜବାବ: ପରାଜୟ ଜାଣିଲା ପରେ ହତାଶ ନେତା, କର୍ମୀଙ୍କୁ ଉତ୍ସାହିତ କରୁଛନ୍ତି ମୋଦି

ବିଜେଡ଼ିର ଜବାବ: ପରାଜୟ ଜାଣିଲା ପରେ ହତାଶ ନେତା, କର୍ମୀଙ୍କୁ ଉତ୍ସାହିତ କରୁଛନ୍ତି ମୋଦି
ବିଜେଡ଼ିର ଜବାବ: ପରାଜୟ ଜାଣିଲା ପରେ ହତାଶ ନେତା, କର୍ମୀଙ୍କୁ ଉତ୍ସାହିତ କରୁଛନ୍ତି ମୋଦି

ଭୁବନେଶ୍ୱର: ଆଜି ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ତାଙ୍କ ଦଳର ହୀନସ୍ତାଭାବକୁ ପଦାରେ ପକାଇଥିବା ବିଜୁ ଜନତା ଦଳ ପ୍ରତିକ୍ରିୟା ଦେଇଛି । ଦଳର ମୁଖପାତ୍ର ଡ. ସସି୍ମତ୍ ପାତ୍ର, ଲେଲିନ୍ ମହାନ୍ତି ଏବଂ ଶ୍ରୀମତୀ ସୁଲତା ଦେଓ କହିଛନ୍ତି, ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଓଡ଼ିଶାରେ ବିଜେପିର ଶୋଚନୀୟ ପରାଜୟର ଆଭାସ ପ୍ରଧାନମନ୍ତ୍ରୀ ମୋଦି ପାଇସାରିଛନ୍ତି । ତୃତୀୟ ପର୍ଯ୍ୟାୟରେ ବିଜେଡ଼ିକୁ ବୃହତ୍ତ ସଫଳତା ମିଳୁଥିବା ଜାଣିବା ପରେ ହତାଶ ଏବଂ ମାନସିକ ଦୁଶ୍ଚିନ୍ତାରେ ଜର୍ଜରିତ ତାଙ୍କ ଦଳର ନେତା ଏବଂ କ୍ୟାଡର୍ ମାନଙ୍କ ମନରେ ଆତ୍ମବିଶ୍ୱାସ ବଢ଼ାଇ ଉତ୍ସାହିତ କରିବାକୁ ମୋଦି ଚାହିଁଛନ୍ତି ।

ପ୍ରଧାନମନ୍ତ୍ରୀ ଭୁଲିଯିବା ଉଚିତ୍ ନୁହେଁ କି ବିଜେପିର ଡବଲ ଇଞ୍ଜିନ୍ ଏବେ ସବୁଆଡେ ଫେଲ୍ ମାରିଛି । ଛତିଶଗଡ଼, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ପଞ୍ଜାବ ଏହି ଡିରେଲଡ୍ ଡବଲ ଇଞ୍ଜିନ୍ ର ଜ୍ୱଳନ୍ତ ଉଦାହରଣ । ତାଙ୍କ ନିଜ ରାଜ୍ୟ ଗୁଜୁରାଟରେ ମଧ୍ୟ ଲୋକମାନେ ବିଜେପି ଉପରେ ଖୁସି ନାହାନ୍ତି ।

ଗତ ୫ ବର୍ଷରେ ବିଜେପି ଲୋକଙ୍କ ବିଶ୍ୱାସ ହରାଇଥିବାରୁ ତମାମ ଦେଶରେ ଏବେ ଦଳର ପରାଜୟ ଆସିଛି । ଓଡ଼ିଶାରେ ପରାଜୟର ଭୟ ପାଇ ସାରିଥିବା ମୋଦି ଦଳର ହତାଶ ନେତା ଓ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ କେବଳ ଏଠାକୁ ଆସୁଛନ୍ତି । ଏଥର ବିଜେପିର ଅବସ୍ଥା ଆହୁରି ଶୋଚନୀୟ ହେବ ଏବଂ ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ଆର୍ଶିବାଦରେ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କ ସେବା କରିବା ପାଇଁ ଯାଉଛନ୍ତି ବୋଲି ଡ. ପାତ୍ର କହିଛନ୍ତି ।

Share this story