କେନ୍ଦ୍ରାପଡ଼ାବାସୀଙ୍କୁ ପୁଣି ଠକିବା ପାଇଁ ଡବଲ-ବି(ବୈଜୟନ୍ତ-ବିଜେପି) ଚକ୍ରାନ୍ତ, ଏପରି ଖୁଲାସା କଲା ବିଜେଡ଼ି ପଢ଼ନ୍ତୁ

କେନ୍ଦ୍ରାପଡ଼ାବାସୀଙ୍କୁ ପୁଣି ଠକିବା ପାଇଁ ଡବଲ-ବି(ବୈଜୟନ୍ତ-ବିଜେପି) ଚକ୍ରାନ୍ତ, ଏପରି ଖୁଲାସା କଲା ବିଜେଡ଼ି ପଢ଼ନ୍ତୁ
କେନ୍ଦ୍ରାପଡ଼ାବାସୀଙ୍କୁ ପୁଣି ଠକିବା ପାଇଁ ଡବଲ-ବି(ବୈଜୟନ୍ତ-ବିଜେପି) ଚକ୍ରାନ୍ତ, ଏପରି ଖୁଲାସା କଲା ବିଜେଡ଼ି ପଢ଼ନ୍ତୁ

ଭୁବନେଶ୍ୱର: କେନ୍ଦ୍ରପଡ଼ା ଲୋକସଭା ଆସନର ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ଠକାମୀ ସମ୍ପର୍କରେ ବିଜେଡ଼ି ଅଳ୍ପ ଦିନ ତଳେ ଖୁଲାସା କରିଥିଲା । ଇମ୍ଫା ମାଇନିଂ କମ୍ପାନୀର ଉପାଧ୍ୟକ୍ଷ ପଦରେ ଥାଇ ବର୍ଷକୁ କୋଟି କୋଟି ଟଙ୍କା ଦରମା ନେଉଥିଲେ ମଧ୍ୟ ୨୦୧୪ ନିର୍ବାଚନ ସତ୍ୟପାଠରେ କିଭଳି ତାହାକୁ ଲୁଚାଇଥିଲେ ଏବଂ ଚଳିତ ନିର୍ବାଚନ ସତ୍ୟପାଠରେ ତାହା ଉଲ୍ଲେଖ କରି ଧରାପଡ଼ିଲେ ତାହା ଦର୍ଶାଇଥିଲା ।

ସତ୍ୟପାଠରେ ତଥ୍ୟ ଲୁଚାଇ କେନ୍ଦ୍ରାପଡ଼ାବାସୀଙ୍କୁ ଠକିଥିବା ବୈଜୟନ୍ତ ଏଥର ପୁଣି ସେହି କେନ୍ଦ୍ରାପଡ଼ାରୁ ପ୍ରାର୍ଥୀ ହୋଇଥିବା ବେଳେ ଏଭଳି ଠକାମୀ ଉପରେ ବିଜେପି ନିରବ ରହିବା କେନ୍ଦ୍ରାପଡ଼ାବାସୀଙ୍କ ପ୍ରତି ଚରମ ପ୍ରତାରଣା ଓ ବିଶ୍ୱାସଘାତକତା ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି କହିଛି ।

କେନ୍ଦ୍ରାପଡ଼ାବାସୀ ପୂର୍ବରୁ ଡବଲ ଇଞ୍ଜିନ୍ ନାଁ ଶୁଣିଥିଲେ । ଏବେ ଡବଲ୍-ବି ବା ବୈଜୟନ୍ତ ଏବଂ ବିଜେପି ମିଳିତ ଭାବେ ସେମାନଙ୍କୁ ଠକିବାକୁ ଯୋଜନା କରିଥିବା ବିଜେଡ଼ି ନେତାମାନେ ଖୁଲାସା କରିଛନ୍ତି ।

ଦଳର ମୁଖପାତ୍ର ଡ. ସସ୍ମିତ୍ ପାତ୍ର, ଲେଲିନ୍ ମହାନ୍ତି ଏବଂ ସୁଲତା ଦେଓ କହିଛନ୍ତି, ୨୦୧୪ ନିର୍ବାଚନ ବେଳେ ବୈଜୟନ୍ତ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ନିଜେ ସେ ପ୍ରମାଣିତ କରିଛନ୍ତି । ଏହା ମାମୁଲି ଘଟଣା ନୁହେଁ । ଏଭଳି ଠକେଇ ଜରିଆରେ ବୈଜୟନ୍ତ କେନ୍ଦ୍ରାପଡ଼ାବାସୀଙ୍କ ପ୍ରତି ଚରମ ପ୍ରତାରଣା କରିଛନ୍ତି ।

ଆଶ୍ଚର୍ଯ୍ୟର କଥା, ବିଜେପି ଏହା ଉପରେ ଖାଲି ଚୁପ୍ ନାହିଁ ବରଂ ବୈଜୟନ୍ତଙ୍କୁ କେନ୍ଦ୍ରାପଡ଼ାରେ ଦଳୀୟ ପ୍ରାର୍ଥୀ କରିଛି । ଉଭୟ ବୈଜୟନ୍ତ ଓ ବିଜେପି କେନ୍ଦ୍ରାପଡ଼ାବାସୀଙ୍କୁ ଚିଟିଂ କରିବାକୁ ଚାହିଁଛନ୍ତି ।

ଟିକେ ଟିକେ କଥାରେ ପ୍ରେସମିଟ୍ ଓ ଟିଭିରେ ବାଇଟ୍ ଦେଉଥିବା ବିଜେପି ନେତାମାନେ ବୈଜୟନ୍ତଙ୍କ ଠକେଇ ପ୍ରସଙ୍ଗରେ ଗୋଟିଏ ବି ଶବ୍ଦ ଉଚ୍ଚାରଣ ନ କରିବା ଏବଂ ସେମାନଙ୍କ ନେତା ଧର୍ମେନ୍ଦ୍ର ପ୍ରଧାନଙ୍କର ପାଟି ନ ଖୋଲିବା ପଛରେ ଗୋଟେ ବଡ଼ କାରଣ ରହିଛି ବୋଲି ଡ. ସସ୍ମିତ୍ ପାତ୍ର କହିଛନ୍ତି ।

ଧର୍ମେନ୍ଦ୍ର ଜାଣିଛନ୍ତି, ବୈଜୟନ୍ତଙ୍କ ଚିଟିଂ ସଂକ୍ରାନ୍ତରେ ମୁହଁ ଖୋଲିଲେ ତାଙ୍କ ନିଜର ଅପରାଧ ଲିଙ୍କ୍ ଘାଟାରେ ପଡ଼ିଯିବ । ଗ୍ୟାଙ୍ଗଷ୍ଟର୍ ଟିଟୋ ଏବଂ ଡି-ବ୍ରଦର୍ସଙ୍କ ସହ ତାଙ୍କ ସମ୍ପର୍କର ଗୁମର ପଦାକୁ ଚାଲିଆସିବ । ତେଣୁ ଧର୍ମେନ୍ଦ୍ର ଏବଂ ତାଙ୍କ ବିଜେପି ଚୁପ ରହି କେନ୍ଦ୍ରାପଡ଼ାବାସୀଙ୍କୁ ବୈଜୟନ୍ତଙ୍କ ଠକେଇକୁ ସମର୍ଥନ କରୁଛନ୍ତି । ବିଜେପି ଜରିଆରେ ବୈଜୟନ୍ତ ତାଙ୍କ ମାଇନିଂ କମ୍ପାନୀ ପାଇଁ ବ୍ୟବସାୟିକ ସ୍ୱାର୍ଥ ହାସଲ କରିବେ ଏବଂ ତା ବଦଳରେ ବୈଜୟନ୍ତଙ୍କ ମିଡ଼ିଆ କଳ ଧର୍ମେନ୍ଦ୍ରଙ୍କ ଅପରାଧ ଲିଙ୍କ୍ ପଦାକୁ ଆଣିବନି ବୋଲି ଉଭୟ ପକ୍ଷ ମଧ୍ୟରେ ବୁଝାମଣା ହୋଇଛି ।

ଉଭୟପକ୍ଷର ସ୍ୱାର୍ଥ ପାଇଁ କେନ୍ଦ୍ରାପଡ଼ାବାସୀଙ୍କୁ ଶିକାର କରିବାର ଯୋଜନା କରାଯାଇଛି । କେନ୍ଦ୍ରାପଡ଼ାବାସୀ ଏହାକୁ ଭଲଭାବରେ ଅନୁଭବ କରିବାର ବେଳ ଆସିଛି । ୨୦୧୮ ମସିହାରେ କେନ୍ଦ୍ରାପଡ଼ାବାସୀ ଏହାକୁ ଅନୁଭବ କରି ବୈଜୟନ୍ତଙ୍କ ମିଥ୍ୟା ସତ୍ୟପାଠ ବିରୋଧରେ କୋର୍ଟରେ କେସ୍ କରିଥିଲେ । ଏହି ପରିପ୍ରେକ୍ଷୀରେ ଆଉ ଥରେ ଠକାମୀର ଶିକାର ହେବାକୁ ସେମାନେ ଡବଲ-ବି(ବୈଜୟନ୍ତ-ବିଜେପି)କୁ ସୁଯୋଗ ଦେବେ ନାହିଁ ବୋଲି ବିଜେଡ଼ି ମୁଖପାତ୍ର କହିଛନ୍ତି ।

Share this story