ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ଉତ୍ତେଜନା, ଭାଙ୍ଗିଲେ ଇଭିଏମ୍
Apr 23, 2019, 19:45 IST


ପୁରୀ: ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ଉତ୍ତେଜନା ଦେଖିବାକୁ ମିଳିଛି । ଉତ୍ୟକ୍ତଲୋକେ ଇଭିଏମ୍ ଦେଇଥିବା ସୂଚନା ମିଳିଛି । ବ୍ରହ୍ମଗିରି କମା ଶାସନର ୨୨୨ ନମ୍ବର ବୁଥ୍ରେ ଇଭିଏମ୍ ଭାଙ୍ଗି ଦେଇଛନ୍ତି ଗ୍ରାମବାସୀ ।
ଭୋଟ୍ର ଗୋଟିଏ ଦଳକୁ ଭୋଟ୍ ଦେଲେ ଅନ୍ୟ ଦଳକୁ ଭୋଟ୍ ଯାଇଥିବା ଅଭିଯୋଗ ହୋଇଛି । ଘଟଣା ପରେ ଅଞ୍ଚଳରେ ବ୍ୟାପକ ଉତ୍ତେଜନା ଦେଖାଦେଇଛି । ପରେ ସୁରକ୍ଷା କର୍ମୀ ଘଟଣା ସ୍ଥଳରେ ଯାଇ ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିଥିଲେ ।