ବିଜେପିରେ ସାମିଲ ହେଲେ ମୟୁରଭଞ୍ଜ ଜିଲ୍ଲାର ଶତାଧିକ ବିଜେଡି କର୍ମୀ

ବିଜେପିରେ ସାମିଲ ହେଲେ ମୟୁରଭଞ୍ଜ ଜିଲ୍ଲାର ଶତାଧିକ ବିଜେଡି କର୍ମୀ
ବିଜେପିରେ ସାମିଲ ହେଲେ ମୟୁରଭଞ୍ଜ ଜିଲ୍ଲାର ଶତାଧିକ ବିଜେଡି କର୍ମୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ମୟୁରଭଞ୍ଜ ଜିଲ୍ଲା ବିଜେଡି ଉପସଭାପତି ଇସାନ କୁମାର ମିଶ୍ର ନିଜ ଶତାଧିକ ସମର୍ଥକଙ୍କ ଗ୍ରହଣରେ ବିଜେଡି ଦଳ ଛାଡି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ଓ ରାଜ୍ୟ ପ୍ରଭାରୀ ଅରୁଣ ସିଂ, ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ବରିଷ୍ଠ ନେତା ପ୍ରକାଶ ମିଶ୍ର ପ୍ରମୁଖ ସମସ୍ତ ନୂତନ ସଦସ୍ୟମାନଙ୍କୁ ଟୋପି ଏବଂ ଉତରୀୟ ଦେଇ ସ୍ୱାଗତ କରିଥିଲେ ।

ଶ୍ରୀ ମିଶ୍ରଙ୍କ ନେତୃତ୍ୱରେ ବିଜେଡିର ଜିଲ୍ଲା ସଂପାଦକ ସଂଞ୍ଜୟ କୁମାର ବେହେରା, ବହଳଦା ବ୍ଲକ ବିଜେଡ ସଭାପତି ରାଜେନ୍ଦ୍ର କୁମାର ମଳ୍ଲ୍ିକ, ମୟୁରଭଞ୍ଜ ଜିଲ୍ଲା ଯୁବ ବିଜେଡି ସାଧାରଣ ସଂପାଦକ ଜିତେନ୍ଦ୍ର ନାଥ ସାହୁ, ବହଳଦା ବ୍ଲକ୍ ଯୁବ ବିଜେଡି ସଭାପତି ମୋତିଲାଲ ପାତ୍ର, ବିଜେଡିର ବରିଷ୍ଠ ନେତା ହରମୋହନ ବେହେରା, ବହଳଦା ବ୍ଲକ ଉପସଭାପତି ସତ୍ୟବାନ ବାସା, ବହଳଦା ବ୍ଲକ ଭାଇସ ଚେୟାରମେନ ଶ୍ରୀମତୀ ଅନ୍ନପୂର୍ଣ୍ଣା ମହନ୍ତ, ବିଜେଡି ମହିଳା ମୋର୍ଚ୍ଚା ଜିଲ୍ଲା ସାଧାରଣ ସଂପାଦକ ଭାନୁମତି ପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ରୁବି ମହାକୁଡ, ବହଳଦା ସରପଂଚ ଶ୍ରୀମତି ଚିତା ର୍ମୁମୁ, ସମିତି ସଭ୍ୟା ଶ୍ରୀମତୀ ଲକ୍ଷ୍ମୀ ମୁଣ୍ଡା, ବାହଲଦାର ଗ୍ରାମପଚାଂୟତର ସମିତି ସଭ୍ୟ ସୁକଦେବ ସାହୁ, ଆସନ ଗ୍ରାମ ପଚାଂୟତର ପୂର୍ବତନ ସମିତି ସଭ୍ୟ ପ୍ରଶାନ୍ତ କୁମାର ମହାନ୍ତି, ବଇସିଙ୍ଗା ପଚାଂୟତ ସଭାପତି ସଂଞ୍ଜୀବ କୁମାର ସାହୁ, ଗମ୍ଭାରିଆ ପଚାଂୟତର ସଭାପତି ଗୁରୁଚରଣ ମହନ୍ତ, ଯଶୀପୁର ପଚାଂୟତର ସଭାପତି କମଳାକାନ୍ତ ମିଶ୍ର, ବହଳଦା ପଂଚାୟତ ବିଜେଡି ସଭାପତି ଘାସିରାମ ମହନ୍ତ, ଆସନ ପଂଚାୟତ ମଣ୍ଡଳ ସଭାପତି ଲାଲବିହାରୀ ବିନ୍ଧାଣୀ, ବଡପଳାସା ପଂଚାୟତ ସଭାପତି ବଳଭଦ୍ର ମହାପାତ୍ର, ପୂର୍ବତନ ତିରିଙ୍ଗ ବ୍ଲକ୍ ସଭାପତି ତଥା ବିଜେଡି ଜିଲ୍ଲା ସଂପାଦକ ପାର୍ଥ ଷଢଙ୍ଗୀ, ବହଳଦାର ପୂର୍ବତନ ସରପଚଂ ଲକ୍ଷ୍ମଣ ହାଂସଦା ଏବଂ ଭଲନାଥ ହେମ୍ବ୍ରମ ପ୍ରମୁଖଙ୍କ ସମେତ ଶତାଧିକ ବିଜେଡି ନେତା ଓ କର୍ମୀମାନେ ଆଜି ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ।

ଏହି ମିଶ୍ରଣ ପର୍ବରେ ବିଜେପିର ରାଜ୍ୟ ସାଧାରଣ ସଂପାଦକ ରଞ୍ଜନ ପଟେଲ, ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ, ମୟୁରଭଂଜ (ରାଇରଂଗପୁର) ଜିଲ୍ଲା ସଭାପତି ନବୀନ ରାମ, ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ ।

ଗୋଟିଏ ପଟେ ବିଜେଡି ସଭାପତି ନବୀନ ପଟ୍ଟନାୟକ ମୟୁରଭଂଜ ଗସ୍ତରେ ଯାଇ ନିର୍ବାଚନ ପ୍ରଚାର କରୁଥିବା ବେଳେ ଅନ୍ୟ ପଟେ ଜିଲ୍ଲାର ବହୁ ନେତୃବୃନ୍ଦ ବିଜେଡି ଦଳ ପରିତ୍ୟାଗ କରି ବିଜେପିରେ ଯୋଗଦାନ କରିଛନ୍ତି । ଶାସକ ବିଜେଡି ପ୍ରତି ସାଧାରଣ ଜନତା ବର୍ତମାନ ଆସ୍ଥା ହରାଇଥିବା ସ୍ପଷ୍ଟ ପ୍ରମାଣିତ ହୋଇଛି ।

ବିଜେପି ପ୍ରତି ଓଡିଶାବାସୀଙ୍କ ଆସ୍ଥା ବହୁ ସଂଖ୍ୟାରେ ବୃଦ୍ଧି ପାଇଛି ଏବଂ ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟି ଉଭୟ ଲୋକସଭା ଏବଂ ବିଧାନସଭାରେ ବିପୁଳ ଜନସମର୍ଥନ ପାଇଁ ସରକାର ଗଠନ କରିବ ବୋଲି ରାଷ୍ଟ୍ରୀୟ ସାଧାରଣ ସଂପାଦକ ଓ ରାଜ୍ୟ ପ୍ରଭାରୀ ଶ୍ରୀ ସିଂହ ଏହି ଅବସରରେ ଦୃଢୋକ୍ତି ପ୍ରକାଶ କରି କହିଛନ୍ତି ।

Share this story