ଦାଦାଙ୍କ ପରେ ପୁତୁରା ପାଳି, ସେପ୍ଟେମ୍ବର ରେ କରିବେ ଏଣ୍ଟ୍ରି…

ଦାଦାଙ୍କ ପରେ ପୁତୁରା ପାଳି, ସେପ୍ଟେମ୍ବର ରେ କରିବେ ଏଣ୍ଟ୍ରି…
ଦାଦାଙ୍କ ପରେ ପୁତୁରା ପାଳି, ସେପ୍ଟେମ୍ବର ରେ କରିବେ ଏଣ୍ଟ୍ରି…

ବିଜୁ ପଟ୍ଟନାୟକଙ୍କୁ ଓଡ଼଼ିଶାବାସୀ ଯେତିକି ସୁଯୋଗ ଦେଇନଥିଲେ, ତା’ଠାରୁ ଢ଼େର ଅଧିକ ସୁଯୋଗ ତାଙ୍କ ସାନ ପୁଅ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି । ୧୮ବର୍ଷ ହେଲା ନିରଙ୍କୁଶ ଭାବେ ରାଜ୍ୟର ଶାସନ ଭାର ତୁଲାଉଛନ୍ତି ନବୀନ ।

ବିଭିନ୍ନ ସମୟରେ ଚର୍ଚ୍ଚା ହୁଏ, ବ୍ୟାଚଲର୍ ନବୀନଙ୍କ ଉତ୍ତରାଧିକାରୀ କିଏ ହେବ ? କାରଣ ବିଜୁ ଲିଗାସୀ ଜାରି ରଖିବାକୁ ହେଲେ, ସେହି ପରିବାରରୁ ଜଣଙ୍କୁ ମଇଦାନରେ ଓହ୍ଲାଇବାକୁ ହେବ । ଏଭଳି ସ୍ଥିତିରେ ନାଁ ଆସେ ନବୀନଙ୍କ ପୁତୁରା ତଥା ତାଙ୍କ ବଡ଼ଭାଇ ପ୍ରେମ ପଟ୍ଟନାୟକଙ୍କ ପୁଅ ଅରୁଣଙ୍କର ।

ମ୍ୟାନେଜମେଣ୍ଟ ଡିଗ୍ରୀଧାରୀ ଅରୁଣଙ୍କୁ ୨୦୧୫ ଜାନୁଆରୀ ୧୩ରେ ରାଜ୍ୟବାସୀଙ୍କ ଆଗରେ ଇଣ୍ଟ୍ରଡ୍ୟୁସ୍ କରିଛନ୍ତି ନବୀନ । ସେହିଦିନ ନବୀନଙ୍କ ଜନ୍ମସ୍ଥାନ କଟକର ଆନନ୍ଦ ଭବନକୁ ଜାତି ଉଦ୍ଦେଶ୍ୟରେ ସମର୍ପଣ କରିଥିଲା ବିଜୁ ପରିବାର । ରାଜନୀତିରେ ପ୍ରବେଶ କରିବା ନେଇ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ସେତେବେଳେ ଅରୁଣ କହିଥିଲେ କି ସେ ବର୍ତ୍ତମାନ ନୂଆ, କିନ୍ତୁ ରାଜନୈତିକ କ୍ୟାରିଅରକୁ ଖଣ୍ଡନ ବି କରିନଥିଲେ ।

ହେଲେ ତା ପରଠାରୁ ଅରୁଣଙ୍କୁ ଓଡ଼ିଶାବାସୀ  ଆଉ ଦେଖିନାହାନ୍ତି । ଏହି ପରିପେକ୍ଷିରେ ସେ ଖୁବଶୀଘ୍ର ଓଡିଶା ରାଜନୀତିକୁ ଏଣ୍ଟ୍ରି ମାରିବେ ବୋଲି ପ୍ରାୟତଃ ସ୍ଥିର ହୋଇ ସାରିଛି । ଏହି ବର୍ଷ ର ଶେଷରେ ଏକ ନାଟକୀୟ ଢଙ୍ଗରେ ରାଜନୈତିକ ମୈଦାନକୁ ଲମ୍ଫ ମାରିବେ ଏହି ଫ୍ରେସର ଜଣଙ୍କ ।

ଅବଶ୍ୟ ଏ ନେଇ ପୂର୍ବରୁ ମଧ୍ୟ ଆଭାସ ମିଳିଥିଲା । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏ ନେଇ ଏକ ହ୍ଵାଟ୍ସଆପ ଗ୍ରୁପ କରିଥିଲେ । ପରେ କିନ୍ତୁ ଗଣମାଧ୍ୟମ ରେ ଏ ନେଇ ଚର୍ଚ୍ଚା ବଢିବାରୁ ଗ୍ରୁପ ରୁ ଡିଲିଟ କରିଦିଆଯାଇଥିଲା । ଏବେ ପୁଣି ଥରେ ଏହାକୁ ଆରମ୍ଭ କରାଯାଇଛି । ବାପା ସୂର୍ଗତ ଅଶୋକ ଦାସ ଯେପରି ମନ୍ତ୍ରୀ ନହୋଇ ଜନତା ଦଳର କାର୍ଯ୍ୟକାରୀ ସଭାପତି ଭାବରେ ବିଜୁ ପଟ୍ଟନାୟକଙ୍କୁ ସମର୍ଥନ କରୁଥିଲେ, ସେହି ଢ଼ଙ୍ଗରେ ପ୍ରଣବ-ଅରୁଣଙ୍କ ଲାଗି କାମ କରୁଥିବା ଖବର ମିଳୁଛି ।

ଏହାସହ ଦିଲ୍ଲୀରେ ଥିବା ଜଣେ ଓଡ଼ିଶା କ୍ୟାଡର ଆଇଏଏସ୍ ଅଫିସର ମଧ୍ୟ ଅରୁଣଙ୍କୁ ରାଜ୍ୟ ପଲଟିକ୍ସ ବାବଦରେ ଅପଡେଟ୍ କରୁଥିବାର ଖବର ରହିଛି । ଏଣୁ ବିଜେପୁର ନିର୍ବାଚନମଣ୍ଡଳୀ ମାଧ୍ୟମରେ ସେ ସକ୍ରିୟ ରାଜନୀତିକୁ ଏଣ୍ଟ୍ରି କରିପାରନ୍ତି ବୋଲି ବିଜେଡି ର ଜଣେ ବରିଷ୍ଠ ନେତା ମତ ପ୍ରକାଶ କରିଛନ୍ତି ।

Share this story