‘ଯଦି ଆବଶ୍ୟକ ହୁଏ ତେବେ ମୁ ଖୁସିରେ ପଦ ଛାଡିଦେବି’, ଏମିତି କଣ ପାଇଁ କହିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ…

‘ଯଦି ଆବଶ୍ୟକ ହୁଏ ତେବେ ମୁ ଖୁସିରେ ପଦ ଛାଡିଦେବି’, ଏମିତି କଣ ପାଇଁ କହିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ…
‘ଯଦି ଆବଶ୍ୟକ ହୁଏ ତେବେ ମୁ ଖୁସିରେ ପଦ ଛାଡିଦେବି’, ଏମିତି କଣ ପାଇଁ କହିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ…

ଶେଷରେ ପଡ଼ିଲା କର୍ଣ୍ଣାଟକ ନାଟକର କ୍ଲାଇମାକ୍ସ । ଆସ୍ଥା ଭୋଟରେ ହାରିଲେ ମୁଖ୍ୟମନ୍ତ୍ରୀ ଏଚ୍‌.ଡି କୁମାରସ୍ୱାମୀ । କୁମାରସ୍ୱାମୀଙ୍କ ପରାଜୟ ନେଇ ଘୋଷଣା କରିଛନ୍ତି ବାଚସ୍ପତି । କୁମାରସ୍ୱାମୀ ସରକାରଙ୍କ ସପକ୍ଷରେ ୯୯ ଓ ବିପକ୍ଷରେ ୧୦୫ ବିଧାୟକଙ୍କ ଭୋଟ ପଡିଥିଲା ।

ଆସ୍ଥା ଭୋଟରେ ହାରିବା ସହ ସରିଲା ୧୪ ମାସର ମେଣ୍ଟ ସରକାର । ଭୋଟ ପୂର୍ବରୁ ନିଜର ଅଭିଭାଷଣରେ ଭାବବିହ୍ଵଳ ହୋଇଥିଲେ କୁମାରସ୍ୱାମୀ । ଫେ୍ଲାର ଟେଷ୍ଟ ପୂର୍ବରୁ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଅଭିଭାଷଣ ବେଳେ ଭାବବିହ୍ଵଳ ହୋଇଥିଲେ । ଯଦି ଆବଶ୍ୟକ ହୁଏ ତେବେ ମୁ ଖୁସିରେ ପଦ ଛାଡିଦେବି ବୋଲି କହିଛନ୍ତି କୁମାରସ୍ୱାମୀ । କ୍ଷମତା ପାଇଁ ମୁ ଲାଳାୟିତ ନୁହେଁ ।

Share this story