ଲିଭିଲା ଅରୁଣଙ୍କ ଅଲିଭା ଦୀପ, ଜାଣନ୍ତୁ ରାଜନୀତିର ଏହି ମହାଦୃମଙ୍କ ସମ୍ପର୍କରେ…

ଲିଭିଲା ଅରୁଣଙ୍କ ଅଲିଭା ଦୀପ, ଜାଣନ୍ତୁ ରାଜନୀତିର ଏହି ମହାଦୃମଙ୍କ ସମ୍ପର୍କରେ…
ଲିଭିଲା ଅରୁଣଙ୍କ ଅଲିଭା ଦୀପ, ଜାଣନ୍ତୁ ରାଜନୀତିର ଏହି ମହାଦୃମଙ୍କ ସମ୍ପର୍କରେ…

ଆଉ ନାହାନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ ଜେଟ୍‌ଲୀ । ଦିଲ୍ଲୀ ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ହୋଇଛି । ଦିନ ୧୨ଟା ୭ ମିନିଟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ମୃତ୍ୟୁ ବେଳକୁ ଜେଟଲୀଙ୍କୁ ୬୬ ବର୍ଷ ହୋଇଥିଲା । କ୍ୟାନ୍‌ସର, ମଧୁମେହ, କିଡ୍‌ନୀ ରୋଗରେ ପୀଡ଼ିତ ଥିଲେ ଜେଟଲୀ । ଜେଟଲୀ କିଛି ଦିନ ଧରି ଅସୁସ୍ଥ ରହିଆସିଥିଲେ । ଗତବର୍ଷ ତାଙ୍କ କିଡନୀ ପ୍ରତିରୋପଣ କରାଯାଇଥିଲା ।

ଗତ ୯ ତାରିଖରେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ସେ ଏମ୍ସରେ ଭର୍ତ୍ତି ହୋଇଥିଲେ । ବିଭିନ୍ନ ବିଭାଗରୁ ଗଠିତ ଏକ ଡାକ୍ତରୀ ଦଳ ତାଙ୍କ ଚିକିତ୍ସାରେ ଲାଗିଥିଲେ । ଗୁରୁବାର ତାଙ୍କ ଡାୟଲିସିସ ମଧ୍ୟ କରାଯାଇଥିଲା । ୨୦୧୪ରୁ ୧୯ ପର୍ଯ୍ୟନ୍ତ ଅର୍ଥ ମନ୍ତ୍ରୀ ଥିଲେ ଜେଟଲୀ । ବାଜପେୟୀଙ୍କ ମନ୍ତ୍ରିମଣ୍ଡଳରେ ବି ମନ୍ତ୍ରୀ ଥିଲେ ଜେଟଲୀ ।

Share this story