ଦେଖନ୍ତୁ ଭିଡିଓ: ଭିକାରୀକୁ ଦେବା ପାଇଁ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କ ପାଖରେ ଟଙ୍କାଟିଏ ନାହିଁ, ଅନ୍ୟଠୁ ମାଗି ଦେଲେ ୧୦ ଟଙ୍କା

ନନାଙ୍କ ପାଖେ ୧୦ ଟଙ୍କା ନାହିଁ । ପଦ ଅଛି, ମର୍ଯ୍ୟାଦା ଅଛି ହେଲେ ଟଙ୍କା ନାହିଁ । ଏଭଳି ଏକ ଘଟଣା ଆଜି ରାଜଧାନୀ ଭୁବନେଶ୍ବରରେ ଦେଖବାକୁ ମିଳିଛି ।

କୌଣସି ସାଧାରଣ ଲୋକ ନୁହେଁ, ବରଂ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀଙ୍କ କ୍ଷେତ୍ରରେ ଘଟିଛି ଏଭଳି ଘଟଣା । ମନ୍ତ୍ରୀ ଦୁଇଟି କେସରେ ଏଡିଜେ ୩ ଓ ଜେଏମଏଫସି କୋର୍ଟରେ ଆଜି ହାଜର ହୋଇଥିଲେ ।

ଏହାପରେ ସେ କୋର୍ଟରୁ ବାହାରିବା ସମୟରେ ଏକ ମଜାଳିଆ ଦୃଶ୍ୟ ଦେଖିବାକୁ ମିଳିଥିଲା । ଗାଡିରେ ବସି ବାହାରିବା ସମୟରେ ଜଣେ ଭିକାରୀ ତାଙ୍କ ପାଖୁ ଧାଇଁ ଯାଇଥିଲା ।

ମନ୍ତ୍ରୀ ମହୋଦୟ ମଧ୍ୟ ତାଙ୍କୁ ଦେଖି ନିଜ ପକେଟ ଉଣ୍ଡାଳିବା ଆରମ୍ଭ କରିଦେଇଥିଲେ । କିନ୍ତୁ ତାଙ୍କ ପକେଟରେ ୧୦ ଟଙ୍କା ମଧ୍ୟ ନଥିଲା । ବାଧ୍ୟ ହୋଇ ପଛରେ ବସିଥିବା ଜଣେ ବାବୁଙ୍କ ଠାରୁ ୧୦ ଟଙ୍କା ଆଣି ସେ ଭିକ ମାଗୁଥିବା ମହିଳାଙ୍କୁ ଦେଇଥିଲେ ।

ତେବେ ଏହି ଘଟଣା ବେଶ କୌତୁହଳ ସୃଷ୍ଟି କରିଥିଲା । ଜଣେ କେନ୍ଦ୍ରମନ୍ତ୍ରୀଙ୍କ ପାଖରେ ୧୦ ଟଙ୍କା ନଥିବା ଘଟଣା କୋର୍ଟ ପରିସରରେ ଚର୍ଚ୍ଚାର ଖୋରାକ ମଧ୍ୟ ଯୋଗାଇଥିଲା ।

Share this story