ବିଜେପୁରର ଏକ ସ୍କୁଲରେ ହଠାତ ପହଞ୍ଚି ଗଲେ ମନ୍ତ୍ରୀ ସୁଶାନ୍ତ, ପିଲାଙ୍କୁ ଡାକି ପଚାରିଲେ ଏଭଳି କଥା…

ବିଜେପୁରର ଏକ ସ୍କୁଲରେ ହଠାତ ପହଞ୍ଚି ଗଲେ ମନ୍ତ୍ରୀ ସୁଶାନ୍ତ, ପିଲାଙ୍କୁ ଡାକି ପଚାରିଲେ ଏଭଳି କଥା…
ବିଜେପୁରର ଏକ ସ୍କୁଲରେ ହଠାତ ପହଞ୍ଚି ଗଲେ ମନ୍ତ୍ରୀ ସୁଶାନ୍ତ, ପିଲାଙ୍କୁ ଡାକି ପଚାରିଲେ ଏଭଳି କଥା…

ସ୍କୁଲରେ ପାଠ ପଢ଼ାଇଲେ ମନ୍ତ୍ରୀ । ଆଜି ବିଜେପୁର ବ୍ଲକର ବିଭିନ୍ନ ସ୍କୁଲ ଗୁଡିକୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ପରିଦର୍ଶନ କରିଥିଲେ । ଠିକ ଏହି ସମୟରେ ପାଠପଢା ସମ୍ପର୍କରେ ତଦାରଖ କରିଥିଲେ ମନ୍ତ୍ରୀ ସୁଶାନ୍ତ ।

ପାଠ ପଢା କିଭଳି ଚାଲିଛି ସେ ନେଇ ପିଲାଙ୍କ ଠାରୁ ବୁଝିବା ପରେ ନିଜ ଅନୁଭୂତି ମଧ୍ୟ ବାଣ୍ଟିଥିଲେ । ଛାତ୍ରଛାତ୍ରୀମାନେ ମନ୍ତ୍ରୀଙ୍କୁ ନିଜ ଗହଣ ଲରେ ପାଇ ବହୁତ ଖୁସି ଅନୁଭବ କରିଥିଲେ। ମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ଗତକାଲି ଜଣେ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ନିଜ ଗାଡ଼ିରେ ଡାକ୍ତରଖାନା ପଠାଇ ମହାନତା ଦେଖାଇଥିଲେ ସୁଶାନ୍ତ ।

Share this story