ନବୀନ@୭୩: ଓଡ଼ିଆ ନ ଜାଣି ପ୍ରିୟ ଓଡ଼ିଆ

ନବୀନ@୭୩: ଓଡ଼ିଆ ନ ଜାଣି ପ୍ରିୟ ଓଡ଼ିଆ
ନବୀନ@୭୩: ଓଡ଼ିଆ ନ ଜାଣି ପ୍ରିୟ ଓଡ଼ିଆ

ଭୁବନେଶ୍ୱର: ୭୩ ବର୍ଷରେ ପାଦ ଦେଲେ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ନବୀନଙ୍କୁ ୭୨ ପୁରି ୭୩ ଚାଲିଲା । ୧୯୪୬ ଆଜିର ଦିନରେ ଭୂମିଷ୍ଠ ହୋଇଥିଲେ ଓଡ଼ିଆ ନଜାଣି ଥିଲେ ବି କୋଟି ଓଡ଼ିଆଙ୍କ ପ୍ରିୟ ଓ଼ଡ଼ିଆ ନମ୍ବର ଓ୍ୱାନ୍ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ।

ଓଡ଼ିଆ ନ ଜାଣି ପ୍ରିୟ ଓଡ଼ିଆ:

ରାଜନୀତିର ମଇଦାନ ହେଉ ଅବା ପ୍ରଚାରର ମାହୋଲ ଅବା ବିରୋଧୀଙ୍କ କଟାକ୍ଷ । ଓଡ଼ିଆ ନଜାଣିବା ନେଇ ହେଉଥିବା ସମାଲୋଚନାକୁ କିନ୍ତୁ କେବେ ମଧ୍ୟ ଭୃକ୍ଷେପ କରିନାହାନ୍ତି ନବୀନ । ସବୁବେଳେ ନୂଆ ଓଡ଼ିଶାର ନିର୍ମାଣକୁ ନେଇ ସ୍ବପ୍ନ ରଖିଥିବା ନବୀନ ସ୍ପଷ୍ଟ କହିନପାରିଲେ ବି ତାଙ୍କର ଅଳ୍ପ କେଇ ପଦ ଓଡ଼ିଆ ଉଚ୍ଚାରଣରେ ସମର୍ଥକ ଓ ବିରୋଧୀ ଖୁସି ହୋଇଯାଆନ୍ତି । ଜନ୍ମ ପରଠାରୁ ଓଡ଼ିଶାକୁ ପ୍ରତ୍ୟାବର୍ତ୍ତନ ଯାଏ ସେ ବାହାରେ ହିଁ ରହିଥିବାରୁ ଓଡ଼ିଆ ଭାଷା ନେଇ ମହାରଥୀ ହାସଲ କରିପାରିନଥିଲେ ନବୀନ । ଏବେ କିନ୍ତୁ ସେ ଓଡ଼ିଆ କହୁଛନ୍ତି , କମ୍ ହେଲେ ବି ସ୍ବଳ୍ପ ଓ ସ୍ପଷ୍ଟ ଓଡ଼ିଆ ଉଚ୍ଚାରଣ ଲୋକଙ୍କ ପସନ୍ଦ ଆସୁଛି ।

ବହୁଭାଷୀ ନବୀନ:

ଭାଷା ଭିତ୍ତିକ ରାଜ୍ୟ ଓଡ଼ିଶାର ମାତୃଭାଷା ଓଡ଼ିଆ ଜାଣିନଥିବା ରାଜ୍ୟ ମୁଖିଆଙ୍କୁ ନେଇ ଆଜି ବି ସମାଲୋଚନା ହୁଏ । କିନ୍ତୁ ନବୀନ ଯେ, ଅନେକ ଭାଷାରେ ପାଣ୍ଡିତ୍ୟ ହାସଲ କରିଛନ୍ତି ଏ କଥା ହୁଏତ କେହି ଜାଣିନଥିବେ । ହିନ୍ଦି, ଫ୍ରେଞ୍ଚ, ପଞ୍ଜାବୀ ଭାଷାରେ ନବୀନଙ୍କ ରହିଛି ଭଲ ଦଖଲ । ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀଙ୍କ ଦ୍ୱାରା ଲିଖିତ ନବୀନ ପଟ୍ଟନାୟକ ପୁସ୍ତକରେ ମଧ୍ୟ ଏ ସମ୍ପର୍କରେ ସୂଚନା ରହିଛି ।

Share this story