ଅଶୋକଙ୍କୁ ଅଣଦେଖା: ଜାଣନ୍ତୁ କଣ ପାଇଁ ଅଭିମାନ କରିଛନ୍ତି

ଅଶୋକଙ୍କୁ ଅଣଦେଖା: ଜାଣନ୍ତୁ କଣ ପାଇଁ ଅଭିମାନ କରିଛନ୍ତି
ଅଶୋକଙ୍କୁ ଅଣଦେଖା: ଜାଣନ୍ତୁ କଣ ପାଇଁ ଅଭିମାନ କରିଛନ୍ତି

ବରଗଡ଼: ବିଜେପୁର ଉପନିର୍ବାଚନ ପୂର୍ବରୁ ମୁହଁ ଖୋଲିଛନ୍ତି ବରିଷ୍ଠ ବିଜେପି ନେତା ଅଶୋକ ପାଣିଗ୍ରାହୀ । ନିଜ ଦଳ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଅଶୋକ । ଦଳ ତାଙ୍କୁ ଅଣଦେଖା କରୁଛି । ଉପନିର୍ବାଚନରେ ତାଙ୍କୁ କୌଣସି ଦାୟିତ୍ୱ ଦେଇନାହିଁ ।

ସାଧାରଣ ନିର୍ବାଚନ ବେଳେ ମଧ୍ୟ ତାଙ୍କୁ କୌଣସି ଦାୟିତ୍ୱ ଦିଆଯାଇ ନ ଥିଲା । ବରିଷ୍ଠ ନେତା ଦାମୋଦର ରାଉତଙ୍କ ଭଳି ତାଙ୍କୁ ମଧ୍ୟ ଦଳରେ କୋଣଠେସା କରାଯାଇଥିବା ଅଶୋକ ଅଭିଯୋଗ କରିଛନ୍ତି । ତେବେ ଦଳ ଛାଡ଼ିବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ସତ୍ୟ ନୁହେଁ, ଗୁଜବ । ଦଳ କାହାକୁ ପ୍ରାର୍ଥୀ କଲା ସେଥିରେ ମୋର କିଛି ଅସୁବିଧା ନାହିଁ ବୋଲି ଗୁରୁବାର ଅଶୋକ କହିଛନ୍ତି ।

ସୂଚନାଯୋଗ୍ୟ, ଅଶୋକ ୨୦୧୮ ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ହୋଇଥିଲେ । କିନ୍ତୁ ଗତ ସାଧାରଣ ନିର୍ବାଚନ ଏବଂ ୨୦୧୯ ଉପନିର୍ବାଚନରେ ତାଙ୍କୁ ପ୍ରାର୍ଥୀ କରାଯାଇ ନାହିଁ । ଏଥିପାଇଁ ସେ ଅସନ୍ତୁଷ୍ଟ ଥିବା କୁହାଯାଉଛି ।

Share this story