ନୂଆ ଓଡ଼ିଶାର ମଙ୍ଗୁଆଳଙ୍କ ଜନ୍ମଦିନ; ବିଭିନ୍ନ ମହଲରୁ ଛୁଟିଲା ସୁଅ…

ନୂଆ ଓଡ଼ିଶାର ମଙ୍ଗୁଆଳଙ୍କ ଜନ୍ମଦିନ; ବିଭିନ୍ନ ମହଲରୁ ଛୁଟିଲା ସୁଅ…
ନୂଆ ଓଡ଼ିଶାର ମଙ୍ଗୁଆଳଙ୍କ ଜନ୍ମଦିନ; ବିଭିନ୍ନ ମହଲରୁ ଛୁଟିଲା ସୁଅ…

ଭୁବନେଶ୍ୱର: ୭୩ ବର୍ଷରେ ପାଦ ଦେଲେ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ନବୀନଙ୍କୁ ୭୨ ପୁରି ୭୩ ଚାଲିଲା । ୧୯୪୬ ଆଜିର ଦିନରେ ଭୂମିଷ୍ଠ ହୋଇଥିଲେ ଓଡ଼ିଆ ନଜାଣି ଥିଲେ ବି କୋଟି ଓଡ଼ିଆଙ୍କ ପ୍ରିୟ ଓ଼ଡ଼ିଆ ନମ୍ବର ଓ୍ୱାନ୍ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ।

ସଂକ୍ଷେପରେ ନବୀନ:

୧୯୪୬ ମସିହାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଏବଂ ଜ୍ଞାନ ପଟ୍ଟନାୟକଙ୍କ ଓ୍ୱରସରୁ ଜନ୍ମ ନିଅନ୍ତି ନବୀନ ପଟ୍ଟନାୟକ । କଟକର ଆନନ୍ଦ ଭବନରେ ଜନ୍ମଗ୍ରହଣ କରିଥିଲେ ନବୀନ ପଟ୍ଟନାୟକ । ଡେରାଡୁନରେ ସ୍କୁଲ ଜୀବନ ଶେଷ କରିବା ପରେ ଦିଲ୍ଲୀରେ ଉଚ୍ଚଶିକ୍ଷା ସହ ସେଠାରେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ ।

ଓଡ଼ିଶା ସମ୍ପର୍କରେ ବିଶେଷ କିଛି ଜାଣିନଥିବା ନବୀନ ନିଜ ପିତା ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଓଡ଼ିଶା ଆସନ୍ତି ଏବଂ ସେ ଓଡ଼ିଶାର ରାଜନୀତି ସହ ଜଡ଼ିତ ହୋଇ ପ୍ରତ୍ଯକ୍ଷ ରାଜନୀତି କରନ୍ତି । ଆସ୍କା ଉପନିର୍ବାଚନରେ ବିଜୟ ପରେ ପଛକୁ ଫେରି ଚାହିଁନାହାନ୍ତି ନବୀନ । ଅନେକ ଷଡ଼ଯନ୍ତ୍ର ହୋଇଛି କିନ୍ତୁ ସେ ସବୁକୁ ଖାତିର ନକରି ୨୦୦୦ ମସିହାରୁ ଆଜି ଯାଏ ରେକର୍ଡ ଥର ମୁଖ୍ୟମନ୍ତ୍ରୀ ହୋଇ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି ।

Share this story