ଚର୍ଚ୍ଚିତ ସ୍ମିତାରାଣୀଙ୍କ ଡେଥ୍ ସସପେନ୍ସ ଘଟଣା: ଯାଜପୁର ଝମେଲା, ବନ୍ଦ ପାଳୁଛି ବିଜେପି

ଚର୍ଚ୍ଚିତ ସ୍ମିତାରାଣୀଙ୍କ ଡେଥ୍ ସସପେନ୍ସ ଘଟଣା: ଯାଜପୁର ଝମେଲା, ବନ୍ଦ ପାଳୁଛି ବିଜେପି
ଚର୍ଚ୍ଚିତ ସ୍ମିତାରାଣୀଙ୍କ ଡେଥ୍ ସସପେନ୍ସ ଘଟଣା: ଯାଜପୁର ଝମେଲା, ବନ୍ଦ ପାଳୁଛି ବିଜେପି

ଭୁବନେଶ୍ୱର/ ଯାଜପୁର: ଚର୍ଚ୍ଚିତ ସ୍ମିତାରାଣୀଙ୍କ ଡେଥ୍ ସସପେନ୍ସକୁ ନେଇ ଲୋକେ ଯେତିକି ଚିନ୍ତିତ ରାଜନୈତିକ ଦଳ ଗୁଡ଼ିକର ରାଜନୀତି ବି ତାଠାରୁ ଅଧିକ । ଏହାକୁ ବର୍ତ୍ତମାନନ ସମୟରେ ଏକ ବଡ଼ ମୁଦ୍ଦା କରିଥିବା ଭାରତୀୟ ଜନତା ପାର୍ଟି ଏବେ ପୀଡ଼ିତାଙ୍କୁ ନାୟ ପ୍ରଦାନ ଦାବିରେ ଆନ୍ଦୋଳନ ଜୋର କରିଛି ।

ଏହି ପରିପ୍ରେକ୍ଷିରେ ଆଜି ଯାଜପୁରରେ ଦିନିକିଆ ବନ୍ଦ ପାଳନ କରୁଛି ଦଳ । ଏହା ସହ ସ୍ମିତାରାଣୀଙ୍କୁ ନେଇ ଜିଲ୍ଲା ଏସପି ଦେଇଥିବା ମନ୍ତବ୍ୟକୁ ବିରୋଧ କରି ପୋଲିସ ଡିଜିଙ୍କୁ ଭେଟିଛି ବିଜେପି ପ୍ରତିନିଧି ଦଳ ।

ସେପଟେ ବିଜେପି ପୁଣି ଅଭିଯୋଗ ଦୋହରାଇଛି କହିଛି, ପୁଲିସ ଅପରାଧୀକୁ ଘଂଟ ଘୋଡାଇଛି ପୁଲିସ । ଏସପି ମୃତ ମହିଳାଙ୍କ ଚରିତ୍ର ସଂହାର କରୁଥିବା ବିଜେପି ନିଜ ଅଭିଯୋଗକୁ ବାରମ୍ବାର ଦୋହରାଉଛି । ସ୍ମିତାରାଣୀଙ୍କ ମୃତ୍ୟୁ ପ୍ରେମ ଓ ଆତ୍ମହତ୍ୟା ବୋଲି ପୁଲିସର ଥିଓରିକୁ ବିଜେପି ଖଣ୍ଡନ କରୁଛି ।

ହତ୍ୟାକାଣ୍ଡକୁ ଆତ୍ମହତ୍ୟାର ରୁପଦେବାକୁ ଯାଇ ପୁଲିସ ପରକୀୟାପ୍ରିତି ଭଳି କାହାଣୀ ଗଢିଥିବା ଅଭିଯୋଗ ଆଣିଛନ୍ତି ବିଜେପିର ବହୁ ନେତା । ସ୍ମିତାରାଣୀଙ୍କ ମୃତ୍ୟୁର ୫ ଦିନ ପରେ ପୁଲିସ ହରିଦାସପୁର ସରପଂଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କୁ ଗିରଫ କରିଛି । ଆଉ ଏହା ପରେ ଏବେ ରାଜନୀତି ବି ବେଶ ସରଗରମ ହୋଇଛି ।

ଅନ୍ୟପକ୍ଷରେ ବିଜେପିର ଅଭିଯୋଗ ଉପରେ କଡ଼ା ପ୍ରତିକ୍ରିୟା ରଖିଛି ବିଜେଡି । ତଦନ୍ତ ନସରିବା ପୂର୍ବରୁ ଏପରି ବୟାନବାଜି ମାମଲାକୁ ପ୍ରଭାବିତ କରିବ ବୋଲି କହିଛନ୍ତି ବିଜେଡି ନେତ୍ରୀ ସୁଲତା ଦେଓ ।

ସେ କହିଛନ୍ତି, ଯେଉଁ ସରପଂଚଙ୍କ ସ୍ୱାମୀକୁ ଗିରଫ କରାଯାଇଛି, ତାଙ୍କ ସହ ବିଜେପି ନେତାଙ୍କ ଫଟୋ ମଧ୍ୟ ରହିଛି । ବିଜେଡିର ଏଭଳି ଅଭିଯୋଗର ମଧ୍ୟ ପ୍ରତିକ୍ରିୟା ରଖିଛି ବିଜେପି । ଅନ୍ୟ ଅଭିଯୁକ୍ତଙ୍କୁ ପଚାରାଉଚରା ନକରି କାହିଁକି ସ୍ମିତାରାଣୀଙ୍କ ସ୍ୱାମୀ ଓ ସଂପର୍କୀୟଙ୍କୁ ପୋଲିସ ଜେରା କରୁଛି ବୋଲି ପ୍ରଶ୍ନ ଉଠାଇଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ଏଥିରେ ବଡ଼ ଧରଣର ଷଡଯନ୍ତ୍ର ରହିଛି ରହିଥିବା ସେ ଅଭିଯୋଗ କରିଛନ୍ତି ।

Share this story