ପୁତ୍ରମୋହ ନା ବାଚଳାମି? ବିଜେଡି କର୍ମୀଙ୍କ ସହ ବୈଠକ କରି ପୁଣି ଚର୍ଚ୍ଚାରେ ଦାମ ବାବୁ, ବହୁ ଶୀଘ୍ର ଫୁଙ୍କିବେ ଶଙ୍ଖ!

ପୁତ୍ରମୋହ ନା ବାଚଳାମି? ବିଜେଡି କର୍ମୀଙ୍କ ସହ ବୈଠକ କରି ପୁଣି ଚର୍ଚ୍ଚାରେ ଦାମ ବାବୁ, ବହୁ ଶୀଘ୍ର ଫୁଙ୍କିବେ ଶଙ୍ଖ!
ପୁତ୍ରମୋହ ନା ବାଚଳାମି? ବିଜେଡି କର୍ମୀଙ୍କ ସହ ବୈଠକ କରି ପୁଣି ଚର୍ଚ୍ଚାରେ ଦାମ ବାବୁ, ବହୁ ଶୀଘ୍ର ଫୁଙ୍କିବେ ଶଙ୍ଖ!

ବିଜେପିରୁ ଇସ୍ତଫା ପ୍ରଦାନ କରିବା ପରେ ପୂର୍ବତନ ମନ୍ତ୍ରୀ ତଥା ପାରାଦୀପର ପୂର୍ବତନ ବିଧାୟକ ବରିଷ୍ଠ ନେତା ଡ଼ାକ୍ତର ଦାମୋଦର ରାଉତ ଆଜି ପ୍ରଥମ ଥର କୁଜଙ୍ଗ ଗସ୍ତ କରିଥିବା ଜଣାପଡ଼ିଛି ।

କୁଜଙ୍ଗ ପଂଚାୟତ କାର୍ଯ୍ୟାଳୟରେ ଆଜି ଅପରାହ୍ନରେ ଉପସ୍ଥିତ ହୋଇ କର୍ମୀ ମାନଙ୍କୁ ସାକ୍ଷାତ କରିବା ସହିତ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । କିଛି ଦିନ ପାଇଁ ହେଲେ ମଧ୍ୟ କର୍ମୀ ମାନଙ୍କୁ ଛାଡ଼ି ଅନ୍ୟ ଦଳକୁ ଚାଲି ଯାଇଥଇବାବେଳେ ଆଜି ପୁଣି ସେମାନଙ୍କୁ ନିକଟକୁ ପ୍ରତ୍ୟାବର୍ତ୍ତନ କରିଥିବାରୁ କର୍ମୀ ମାନେ ଖୁସି ଜାହିର କରିଥିଲେ ।

ଆଗାମୀ ଦିନରେ କର୍ମୀ ମାନେ ତାଙ୍କ ସହଯୋଗରେ ତଥା ପରାମର୍ଶରେ ବିଭିନ୍ନ ଦଳୀୟ ତଥା ଉର୍ନ୍ନନ ମୂଳକ କାର୍ଯ୍ୟରେ ସହଯୋଗ ପ୍ରଦାନ କରିବେ ବୋଲି ପ୍ରତିଶୃତି ପ୍ରଦାନ କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ କୁଜଙ୍ଗ ପଂଚାୟତ ସମିତି ଅଧ୍ୟକ୍ଷ ସ୍ମୃତିରଞ୍ଜନ ବେହେରା, କୁଜଙ୍ଗ ସରପଂଚ ଭାରତଭୂଷଣ ନାୟକ, ବରି ବିଜେପି ନେତା ଶିଶିର କୁମାର ସାମଲ, ଶୁଭ୍ରକାନ୍ତ ସାମନ୍ତର୍ରା, ବିଜୟ କୁମାର ଖଟେଇ, ନିକୁଞ୍ଜ କିଶୋର ଚୌଧୁରୀ, ପ୍ରେମାନନ୍ଦ ସ୍ୱାଇଁ , ପୂର୍ବତନ ସରପଂଚ ବସନ୍ତ କୁମାର ସେଠୀ, ସୁବ୍ରତ୍ତ ଦାଶ, ରଂଜିତ କୁମାର ପଣ୍ଡା ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।

Share this story